No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ବରଗଡ଼ :- ବରଗଡ଼ ସହର ଗାନ୍ଧୀ ନଗର ଠାରେ ସି ଏନ ଆଇ ମଣ୍ଡଳୀ ର ନୂତନ ଗୀର୍ଜା ଘର ସମ୍ବଲପୁର ଡାଏସିସ ର ବିଶପ ଡଃ ପିନୁଏଲ ଦୀପ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭା ରେ ଜିଲ୍ଲା ମଣ୍ଡଳୀ ପରିଷଦ ର ଉପ ସଭାପତି ଅମୂଲ୍ୟ ସୁନା ଅଧ୍ୟକ୍ଷତା କରିଥିଲେ।

ସମାରୋହ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନିପନ ଦାଶ, ଭାଜପାର ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ଆଚାର୍ଯ୍ୟ ଧିରେନ୍ ନନ୍ଦ, କିଶୋର ମିଶ୍ର, ଡଃ ଜିତେନ୍ଦ୍ରିୟ ହରିପାଳ ପ୍ରମୁଖ ଯୋଗଦାନ କରିଥିଲେ। ସି ଏନ ଆଇ ମଣ୍ଡଳୀ ଗାନ୍ଧୀ ନଗର ସମ୍ପାଦକ ଚନ୍ଦ୍ର ଶେଖର ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଦାନୀଏଲ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result