ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଟିମ କ୍ଲିନ ସିଟିର ଗୁରୁତ୍ୱ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାରବ୍ରହ୍ମପୁର :- ଜାରି ରହିଛି ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ। ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ । କରୋନା ସଂକ୍ରମଣ ଓ କଟକଣା ଦୃଷ୍ଟିରୁ ଦୀର୍ଘ ଦିନ ଧରି ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି ।

ଏଣୁ 26ତାରିଖ ସୋମବାର ଠାରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା କାରଣରୁ ସ୍କୁଲ ପରିବେଶ ନଷ୍ଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟିମ କ୍ଲିନ ସିଟି ପକ୍ଷରୁ ଗତ କିଛି ସପ୍ତାହ ଧରି ସ୍କୁଲ ପରିସର ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି । 

ଏହି କ୍ରମରେ ଆଜି ଟିମ ପକ୍ଷରୁ ସ୍ଥାନୀୟ ମିଲିଟାରୀ ଲାଇନ ଉଚ୍ଚ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା । ପରେ ଭାଗ୍ୟପ୍ରଭା ନ୍ୟୁଜ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି ।  ଟିମ କ୍ଲିନ ସିଟି ଓ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।