• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପରିବା’ରେ ମହଙ୍ଗା ମାଡ଼ ଖାଉଟି ହତାଶ : ବେପାରୀ ଚିନ୍ତାରେ

Proprietor Abhimanyu Maharana by Proprietor Abhimanyu Maharana
July 25, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ପରିବା’ରେ ମହଙ୍ଗା ମାଡ଼ ଖାଉଟି ହତାଶ : ବେପାରୀ ଚିନ୍ତାରେ

sdr

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର ) ହିଞ୍ଜିଳିକାଟୁ :-  ପରିବା’ରେ ମହଙ୍ଗା ମାଡ଼ । ପରିବା ମହଙ୍ଗା ସବୁ ସ୍ଥରକୁ ପ୍ରଭାବିତ କରିଛି । ଘର ପାଇଁ ବ୍ୟାଗଟିଏ ଧରି ଖାଉଟି ପରିବା ବଜାରକୁ ଯାଉଥିଲେ ହେଁ ପରିବା’ର ମୂଲ୍ୟ ଯଥେଷ୍ଟ ବୃଦ୍ଧି ହୋଇଥିବା ଶୁଣି ମୁଣ୍ଡରେ ହାତ ଦେଉଛି । ଯଦିବା କିଛି ଆଣୁଛି, ତେବେ ଥିଲା ବାଲାର ୫ ଶହ ଟଙ୍କାରେ ବ୍ୟାଗ ପୁରୁନି । ଗରୀବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ ପରିବା ଦର ଶୁଣି ମୁଣ୍ଡକାନ ଆଉଁଶି ଦେଉଛନ୍ତି । ବେପାରୀ ମାନେ ବି ପରିବା ମୂଲ୍ୟକୁ ନେଇ ଚିନ୍ତାରେ । ଚଢା ମୂଲ୍ୟରେ ଆଣି ଲାଭ ରଖି ଖାଉଟିଙ୍କୁ ବିକ୍ରି କରିବାକୁ ଡ଼ରୁଛି । ପରିବା ମୂଲ୍ୟ ବି ହୋଟେଲ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି । ଷ୍ଟାର ବା ବଡ଼ ବଡ଼ ହୋଟେଲ ଅପେକ୍ଷା ଛୋଟ ଛୋଟ ହୋଟେଲ ବାଲାଙ୍କୁ ପରିବା ମୂଲ୍ୟ ହରଡ଼ ଘଣାରେ ପକାଇଛି । ନନେଲେ ହେବନି, ନେଲେ ଲାଭ ମିଳିବନି, ଏଭଳି ଚିନ୍ତାରେ ହୋଟେଲ ବ୍ୟବସାୟୀ ମଝିରେ ଛନ୍ଦି ହୋଇ ଯାହା କିଛି ନେଇ ଚଳାଇ ଦେଉଛି । କେବଳ ଖାଉଟି କି ହୋଟେଲ ବ୍ୟବସାୟୀ ନୁହେଁ ଭୋଜିଭାତ କରୁଥିବା ଲୋକେ ବି ପରିବା ମୂଲ୍ୟକୁ ଦେଖି ତାଟକା ପଡ଼ିଯାଉଛି । ଭୋଜି କରୁଥିବା ଲୋକଟି କାଂଟ ଛାଟ କରି ପରିବା ନେବାକୁ ବାଧ୍ୟ ହେଉଛି । ଏଭଳି ସ୍ଥିତ ଦେଖିବାକୁ ମିଳିଛି ହିଂଜିଳିକାଟୁ ସହରରେ ।

ହିଂଜିଳିକାଟୁ ପୌରାଂଚଳ ପରିବା ବଜାରରେ ଶତାଧିକ ବ୍ୟବସାୟୀ ବେପାର ବଣିଜ କରୁଛନ୍ତି । ସ୍ଥାନୀୟ ସହର ମଧ୍ୟରେ ଏକାଧିକ ପରିବା ଗୋଦାମ ମଧ୍ୟ ରହିଛି । ଛୋଟ ହେଉ ବା ବଡ଼ଚାଷୀ ନିଜ ଚାଷ ଜମିରେ ଅମଳ କରିଥିବା ପରିବାକୁ ବିକ୍ରି କରୁଛି । କିନ୍ତୁ ମୂଲ୍ୟ ଶୁଣି ଖାଉଟି ହତାସ ହୋଇପଡ଼ୁଛି । ହିଂଜିଳିକାଟୁ ପରିବା ବଜାରରେ ସମସ୍ତ ପ୍ରକାରର ପରିବା ଉପଲବ୍ଧ ରହିଛି । କିନ୍ତୁ ସ୍ଥାନୀୟ ଅଂଚଳର ପରିବର ଅଳ୍ପ ପରିମାଣର ଆସୁଥିବାରୁ ଏବଂ ବାହାର ଜିଲ୍ଲାରୁ ପରିବା ଆସୁଥିବାରୁ ବଜାରରେ ଚଢା ଦରରେ ବିକ୍ରି ହେୁଛି । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା, ସିକିରି, ରାଳବ, ଶାସନ ଆମ୍ବଗାଁ, ବାଦିଆମ୍ବଗାଁ, ଖରିଡ଼ା, ଆଲପୁର ଭଳି ଗ୍ରାମାଂଚଳରୁ ଢେର ଅଧିକ ପରିମାଣରେ ପରିବା ଅମଳ କରାଯାଇ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରାଯାଉଥିଲା । ବିଭିନ୍ନ ସମୟରେ ଏଠାରେ ପରିବା ହାଉଜାଉ ହୋଇଥାଏ । ଏତେ ପରିମାଣରେ ପରିବା ଆସିଥାଏ ଯେ, ବାଇଗଣ କିଲୋ ୧୦ ଟଙ୍କାରେ ଖାଉଟି ନେଇଥାଏ । ଜହ୍ନି ହେଉ କି ଭେଣ୍ଡି ୧୦ ରୁ ୧୫ ଟଙ୍କାରେ ମିଳିଯାଇଥାଏ । ବିଲାତି ବାଇଗଣ ୨୦ ଟଙ୍କା ହେଲେ ବହୁତ । କଲରା, କାକୁଡ଼ି, ଛୁଇଁ, ପୋଟଳ, ଝୁଡ଼ୁଙ୍ଗ ଅତି ବେଶିରେ କିଲୋ ପିଛା ୨୦ ଟଙ୍କାରେ ମିଳି ଯାଇଥାଏ ।

କିନ୍ତୁ ବର୍ତମାନର ଅବସ୍ଥା ସଙ୍ଗୀନ । ଆଜିର ଦିନରେ ହିଂଜିଳିକାଟୁ ବଜାରରେ ବାଇଗଣ କିଲୋ ପିଛା ୩୦ ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ସ୍ଥାନୀୟ ଅଂଚଳରେ ବାଇଗଣ ଅମଳ ହେଉନଥିବା ଯୋଗୁଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସୁଛି ବାଇଗଣ । ଗୋଦାମ ମାଲିକ ୨୫ ରୁ ୩୦ ଟଙ୍କାରେ କଂଟା କରି ବେପାରୀକୁ ଦେଉଛି । ସେଥି ମଧ୍ୟରୁ ପୋକରା ଓ ପଚାସଢା ରହୁଛି, ସେଥିଲାଗି ବେପାରୀ ଖାଉଟିଙ୍କୁ କିଲୋ ପିଛା ୩୦ ରୁ ୪୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ସେହିପରି ଭେଣ୍ଡି ୩୦ ଟଙ୍କା, ଜହ୍ନି ୪୦ ଟଙ୍କା, ପୋଟଳ ୩୦ ଟଙ୍କା, ଭଣ୍ଡା ୨୫ ଟଙ୍କା, କାକୁଡ଼ି ୪୦ ଟଙ୍କା, ଫୁଲକୋବି ୬୦ ଟଙ୍କା, ବନ୍ଧାକୋବି ୩୫ ଟଙ୍କା, ମୁନିକା ୧୦୦ ଟଙ୍କା, କଂଚା ଲଙ୍କା ୧୦୦ ଟଙ୍କା ରହିଛି । ଏହି ମୂଲ୍ୟ ଶୁଣି ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ପରିବା ଯଥେଷ୍ଟ ପରିମାଣରେ ଅମଳ ହେଉଥିବା ବେଳେ ଦର କମ୍ ରହୁଥିଲା । ବର୍ତମାନ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ପରିବା କିଣି ବିକ୍ରି କରାଯାଉଛି । ଇନ୍ଧନ ମୂଲ୍ୟ ବଢିଯିବାରୁ ପରିବହନ ଖର୍ଚ୍ଚ ଅଧିକ ଲାଗୁଛି, ସେହି ଅନୁପାତରେ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ଖାଉଟି ମାନେ କିଲେ ପରିବା ନେବା ଜାଗାରେ ଅଧାକିଲୋ ନେଇ ଯାଉଛନ୍ତି । ସ୍ଥାନୀୟ ଅଂଚଳରୁ ପରିବା ଅମଳ ହେଲେ ଦର କମିବ ବୋଲି ଜୈନିକ ପରିବା ବ୍ୟବସାୟୀ କହିଛନ୍ତି ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version