No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟରେ ନିରଂକୁଶ କ୍ଷମତା ହାସଲ କରି ଶାସନର ମଙ୍ଗ ଧରିଥିବା ଆଞ୍ଚଳିକ ଦଳ ବିଜେଡ଼ି ଯୁବ ସଙ୍ଗଠନକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ଲକ୍ଷ୍ୟ ରଖି ବିଭିନ୍ନ ଜିଲ୍ଲାରେ ବ୍ଳକ ଓ ସହରର ଜଣେ ଜଣେ ଯୁବ ନେତାଙ୍କୁ ଦଳ ମନୋନୀତ କରିଛି।ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡଃ ବ୍ୟୋମକେଶ ରାୟଙ୍କ ଅନୁମୋଦନ ସହ ଗଞ୍ଜାମ ଜିଲ୍ଲା ସଭାପତି ଲକ୍ଷ୍ମଣ ଚୌଧୁରୀ ଓ ଜୋନ ସଭାପତି ନଚିକେତା ସ୍ୱାଇଁଙ୍କ ଅନୁମୋଦନ କ୍ରମେ ହିଞ୍ଜିଳି ବ୍ଳକରେ ରାଜନୈତିକ କ୍ରିୟାଶୀଳତା ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ବ୍ଳକରେ ଦଳ ପ୍ରତି ଆସ୍ଥା ଓ ଆନୁଗତ୍ୟ ଥିବା ଶିକିରି ପଞ୍ଚାୟତର ସକ୍ରିୟ ଯୁବନେତା ଲଡୁ କିଶୋର ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡ଼ି ପକ୍ଷରୁ ତାଙ୍କୁ ଶୁକ୍ରବାର ବିଜୁ ଯୁବ ଜନତା ଦଳର ବ୍ଳକ ଡିଜିଟାଲ ସେକ୍ରେଟାରୀ ଭାବେ ମନୋନୀତ କରାଯାଇଛି।ହିଞ୍ଜିଳିବ୍ଳକରେ ତୃଣମୂଳ ସ୍ତରରେ ଛାମୁଆ ଯୁବ ସଙ୍ଗଠନକୁ ସୁସଙ୍ଗଠିତ,ସୁଦୃଢ ଓ କ୍ରିୟାଶୀଳ କରିବା ସହ ନବୀନ ପଟ୍ଟନାୟକଙ୍କ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ ରହିଛି ବୋଲି ନବ ନିଯୁକ୍ତ ବ୍ଳକ ଡିଜିଟାଲ ସେକ୍ରେଟାରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଡିଜିଟାଲ ସେକ୍ରେଟାରୀ ଭାବେ ନାମ ଘୋଷଣା ହେଲା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ,ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡଃ ବ୍ୟୋମକେଶ ରାୟ,ରାଜ୍ୟ ସାଙ୍ଗଠନିକ ମୁଖ୍ୟ ତଥା ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ,ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଳକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପଣ୍ଡା,ଜିଲ୍ଲା ସଭାପତି ଲକ୍ଷ୍ମଣ ଚୌଧୁରୀ,ଜୋନ ସଭାପତି ନଚିକେତା ସ୍ୱାଇଁ,ଗଣେଶ ଚନ୍ଦ୍ର ସାହୁ, ବ୍ଳକର ସମସ୍ତ ସରପଞ୍ଚ,ସଭ୍ୟ ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ବ୍ଳକର ବରିଷ୍ଠ ବିଜୁ ପ୍ରେମୀ,ଦଳୀୟକର୍ମୀ,ସମର୍ଥକ ଓ ଶୁଭେଚ୍ଛୁଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏଥିପାଇଁ ଶ୍ରୀ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ସୂଚନାଯୋଗ୍ୟ ଶାସକ ଦଳ ସମର୍ଥିତ ଜନ ପ୍ରତିନିଧି ଭାବେ ପତ୍ନୀ ପ୍ରତିମା ବେହେରା ଶିକିରି ସରପଞ୍ଚ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଯୁବ ବିଜେଡି ପକ୍ଷରୁ ବ୍ଳକ ଡିଜିଟାଲ ସେକ୍ରେଟାରୀ ଭାବେ ଦଳ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଇଛି।ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଉଷ୍ମତା ସମ୍ଭାବନା ଥିବାରୁ ଦଳ ପକ୍ଷରୁ ତାଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ରହିଛି ବୋଲି ପ୍ରଶଂସକ ମହଲରେ ମତ ପ୍ରକାଶ ପାଇଛି। ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result