No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ବରଗଡ଼ :- ବରଗଡ଼ :- ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୃଷକ ବଜାର ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଚାଷୀଙ୍କ ଟଙ୍କାରେ ତିଆରି ହୋଇଥିବା ଏହି ନୂତନ ଦୋକାନ ଗୃହକୁ ଧନୀ ଶ୍ରେଣୀ ଲୋକଙ୍କୁ ନିର୍ଦ୍ଧାରିତ ଦର ଠାରୁ ଅଧିକରେ ଦେବାକୁ ଯୋଜନା କରାଯାଉଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରି ଜିଲ୍ଳାପାଳ ମୋନୀଷା ବାନାର୍ଜୀ ଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଏକ ଆରଟିଆଇ ରିପୋଟ ମୁତାବକ 2019 ମସିହା ସୁଦ୍ଧା ଆରଏମସି ପାଖରେ ୫୮ କୋଟି ଟଙ୍କା ମହଜୁଦ ଥିଲା ଯାହାକି ଚାଷୀଙ୍କ ଧାନ ବିକ୍ରି ରୁ ମିଳୁଥିବା କମିଶନ ର ବଡ଼ ଅଂଶ। ସେହିପରି ବରଗଡ଼ , ବରପାଲି, ଭଟଲି, ଅମ୍ବାଭୋନା ମାର୍କେଟ ରେ ବିକ୍ରି କରୁଥିବା ଚାଷୀଙ୍କ ପାଇଁ ଏହା ଉଦ୍ଧିଷ୍ଟ ବୋଲି ବିଜ୍ଞାପନ ରେ ଲେଖା ଯାଇଛି କିନ୍ତୁ ଏହାକୁ କେତେ ପାଳନ କରୁଛନ୍ତି ବୋଲି ଆପ୍ ପ୍ରଶ୍ନ କରିଛନ୍ତି ।
ଏଥିରେ ବ୍ୟାପକ ଦୁର୍ନୀତିର ବାସ୍ନା ଆସୁଥିବାରୁ ଏହାକୁ ତଦନ୍ତ କରି ଚାଷୀ ମାନଙ୍କୁ ଦେବାକୁ ଆପ୍ ଦାବୀ କରିଛି । ରାଜ୍ୟ ଆବାହକ ଅମିତାଭ ପାତ୍ର, ଅସିତ ସାହୁ, ରମେଶ ପତି, ସ୍ୱରୂପ ଭୋଇ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result