• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ବିଶ୍ଵ

ଆମେରିକାର ରୋଡ଼ ଆଇଲ୍ୟାଣ୍ଡରେ ରଥ ଯାତ୍ରା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
July 23, 2021
in ବିଶ୍ଵ, ହୋମ୍
0
ଆମେରିକାର ରୋଡ଼ ଆଇଲ୍ୟାଣ୍ଡରେ ରଥ ଯାତ୍ରା ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ରୋଡ଼ ଆଇଲ୍ୟାଣ୍ଡ :- ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ରାତିତମ ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡ ଠାରେ ବିଶ୍ୱ ବ୍ରହ୍ମାଣ୍ଡର ସର୍ବବୃହତ ଦେବତା ଶ୍ରୀ ଜଗନ୍ନାଥଙ୍କର ପବିତ୍ର ୪ର୍ଥ ରଥଯାତ୍ରା ପର୍ବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ସକାଳେ ଦିଅଁ ମାନେ ପୂଜା ପାଉଥିବା ୱାରୱଇକ ସ୍ଥିତ ହିନ୍ଦୁ ମନ୍ଦିର ଠାରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ ମୁଖ୍ୟ ପୁଜାରୀ ସୋମନାଥ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା । ରଥ ଉତ୍ସବକୁ ନେଇ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲ୍ଲଖିତ ହୋଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ତଥା ଶଙ୍ଖ, ଘଣ୍ଟ, କର୍ତ୍ତାଳ,

ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ ଦ୍ୱାରା ଗଗନ ପବନର ପ୍ରକମ୍ପନ ଭିତରେ ଚାରି ଠାକୁରଙ୍କୁ ପହଣ୍ଡି ରୋଷଣୀ କରାଯାଇ ସୁନ୍ଦର, ସୁଶୋଭିତ ଏବଂ ନାନା ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରକୁ ଅଣାଯାଇଥିଲା । ବିଶେଷ କରି ମହିଳାମାନେ ମା’ ଶୁଭଦ୍ରାଙ୍କୁ ନଚାଇ ନଚାଇ ନେଉଥିବାର ଦୃଶ୍ୟ ନିଆରା ଥିଲା ।ରଥଟିର ସାଜସଜ୍ଜା ବେଶ ନିଖୁଣ ଭାବେ ସସ୍ମିତା ମିଶ୍ରଙ୍କ ଦ୍ୱାରା ଦୀପକ ରାଜ ଓ ସୌରଭ ମିଶ୍ରଙ୍କର ସକ୍ରିୟ ସହାୟତାରେ କରାଯାଇଥିଲା | ରଥ ଉପରେ ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀସୁଦର୍ଶନଙ୍କର ବିରାଜମାନ ହେବାର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଥିଲା । ଉପସ୍ଥିତ ୧୫୦ ଭକ୍ତଙ୍କ ମଧ୍ୟରେ ଆମେରିକାର ଏକ ଯୋଗ ଗୋଷ୍ଠୀ, ହିନ୍ଦୁ ମନ୍ଦିରର ସଦସ୍ୟ ସଦସ୍ୟା ଏବଂ ନିଉ ଇଂଲଣ୍ଡ ଇଲାକାରେ ବସବାସ କରୁଥିବା ହିନ୍ଦୁ ଓ ଓଡ଼ିଆ ପରିବାର ବର୍ଗ ଅନ୍ତର୍ଭୁକ୍ତ ଥିଲେ |

ଚନ୍ଦ୍ର ଶେଖର ମହାନ୍ତି ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ରଥ ଟଣା ପର୍ଯ୍ୟାୟ ଆରମ୍ଭ ହୋଇଥିଲା ।ପରେ ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ଭକ୍ତିପୂତ ପରିବେଶ ଏବଂ ମାଙ୍ଗଳିକ ଉଚ୍ଛ୍ୱାସ ମଧ୍ୟରେ ରଥଟିକୁ ଟଣାଯାଇ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ନିଆଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା | ଅଲୌକିକ ଘଟଣା ଘଟିଲା ଯେତେବେଳେ ପାଣିପାଗ ବିଭାଗ ତରଫରୁ ରଥଯାତ୍ରା ସମୟରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ ଘୋଷଣା କରାଯାଇଥିବା ସତ୍ୱେ ସମଗ୍ର ଜଗତର ସବୁଠୁ ବଡ଼ ଠାକୁର ରଥ ଉପରେ ବସି ରାଜକୀୟ ଢଙ୍ଗରେ ବଡ଼ ଦାଣ୍ଡରେ ଯାତ୍ରା କରୁଥିବାବେଳେ ଇନ୍ଦ୍ରଦେବ ଗୋଟିଏ ବୁନ୍ଦାବି ପାଣି ବର୍ଷଣ କରିନଥିଲେ |

କିନ୍ତୁ ମହା ଆଶ୍ଚର୍ଯ୍ୟ ର କଥା ଏହି ଯେ ଠିକ ରଥ ଟଣା ଶେଷ ହେବା ମାତ୍ରକେ ଦ୍ବୀପ ରାଜ୍ୟ ର ଆକାଶରେ କଳାହାଣ୍ଡିଆ ବାଦଲ ଘନେଇ ଆସିବା ସହିତ ଜନଜୀବନକୁ ଅଥୟ କରି ଅସମ୍ଭାଳ ମେଘ ବର୍ଷିବା ଘଟଣା ଜନ ମାନସରେ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିଗଲା | ଏହା ପରେ ଦିଅଁ ମାନଙ୍କୁ ସ୍ଵେଚ୍ଛାସେବୀ ବବିତା ମହାନ୍ତି, କଳ୍ପନା ମହାନ୍ତି, ଲୀନା ପଟ୍ଟନାୟକ, ପ୍ରଜ୍ଞାନ ବେହେରା , ସିମ୍ମୀ ରାଉତରାୟ, ମୁନମୁନ ଦାସ,ରଂଜିତା ବେହେରାଙ୍କ ଦ୍ୱାରା ଖୁବ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥିବା ପ୍ରସାଦ ଅର୍ପଣ କରାଯାଇଥିଲା | ପୁରୀ ଆନନ୍ଦ ବଜାରର ଅଭଡ଼ା ଭଳି ସ୍ୱାଦଭରା ଥିବା ଏହି ସ୍ୱାଦିଷ୍ଟ ପ୍ରସାଦକୁ ଉପସ୍ଥିତ ଭକ୍ତଗଣ ସେବନ କରିଥିଲେ | ସମସ୍ତ ଅତିଥି ଅଭ୍ୟାଗତଙ୍କୁ ନିଉ ଇଂଲଣ୍ଡ ଓଡ଼ିଶା ସମାଜର ସଭାପତି ଦେବଦତ୍ତ ବେହେରା ସ୍ୱାଗତ ସମ୍ଭାଷଣ ଜଣାଇଥିଲେ |

ସମାରୋହର ଶୁଭାରମ୍ଭ ମୁମ୍ବାଇରୁ ଲାଇଭ ସ୍ଟ୍ରିମିଙ୍ଗ ଦ୍ୱାରା ବିଶିଷ୍ଟ ଗାୟିକା ଅମ୍ରିତା ଭାରତୀଙ୍କର ସୁମଧୁର ଜଗନ୍ନାଥ ଭଜନ ଗାୟନରୁ ଆରମ୍ଭ ହୋଇଥିଲା | ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ କନେକଟିକଟର ଇସ୍କନ ଗ୍ରୁପଙ୍କ ଦ୍ୱାରା ଯୋଗ ବ୍ୟାୟାମର ଧୁରନ୍ଧର ପ୍ରଦର୍ଶନ ଏବଂ ସ୍ଥାନୀୟ ନୃତ୍ୟ ପଟ୍ଟୟସୀ ଆକାଂକ୍ଷା ପଟ୍ଟନାୟକଙ୍କ ଦ୍ୱାରା ପରିବେଶିତ ଓଡ଼ିଶୀ ନୃତ୍ୟ ଅତ୍ୟନ୍ତ ମନଲୋଭା ଥିଲା | ଦକ୍ଷ ଉପସ୍ଥାପକ ଭାଗ୍ୟଶ୍ରୀ ବେହେରା ଓ ପ୍ରିୟାଂଶି ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ଖୁବ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ସଂଯୋଜନା ଓ ଉପସ୍ଥାପନା କରିଥିଲେ | ପଙ୍କଜ ପଣ୍ଡା ଅଡିଓ ଭିଜୁଆଲ ଏବଂ ଡିଜିଟାଲ ମଞ୍ଚକୁ ନିପୁଣତାର ସହିତ ନିୟନ୍ତ୍ରଣ କରିଥିଲେ | ସମଗ୍ର ରଥଯାତ୍ରା ଉତ୍ସବର ଆୟୋଜନ ଓ ଏହାର ସଫଳତାର ସହିତ କାର୍ଯ୍ୟାନ୍ଵୟନ ମୁଖ୍ୟ ଆୟୋଜକ ଅକ୍ଷୟ ମହାନ୍ତି ଓ ତାଙ୍କର ସହଯୋଗୀ ସଂଗଠକ ସରୋଜ ବେହେରା,ଶୁଭ୍ରାଂଶୁ ମହାନ୍ତି, ସୌର୍ଯ୍ୟ ମହାପାତ୍ର, ଲୀନା ମହାପାତ୍ର, ନିବେଦିତା ପାଢ଼ୀ, ସନ୍ତୋଷ ବେହେରା, ମଣି ମହାପାତ୍ର, ମହେଶ ପଟେଲ, ଡ଼ଃ ନିନା ଗୁପ୍ତା, ନାଗେଶ କମସନୀ, ସୂର୍ଯ୍ୟ କାଭଲି, ଶ୍ରୀନିବାସ ବେଲିତୁଙ୍ଗ ଏବଂ ହେମା ସୁନ୍ଦରେଶା ପ୍ରମୁଖଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version