No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଗୁରୁବାର) ଓଡ଼ିଶା :- ରସଗୋଲା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ । ଶ୍ରୀଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଅଛି । ଏହା କେବେ ଆରମ୍ଭ ହେଲା ସେ ବାବଦରେ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ହୋଇ ନାହିଁ । ରଥଯାତ୍ରା ଶେଷକରି ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ଫେରିବା ସମୟରେ ମା ମହାଲକ୍ଷ୍ମୀ କ୍ରୋଧିତ ଥାଆନ୍ତି । ମା ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ହାତରେ ରସଗୋଲା ଖୁଆଇଦେବାର ବିଧି ଅଛି । ରସଗୋଲା ଖୁଆଇଦେବାର ବିଧି ବଡ଼ଦେଉଳରେ ପ୍ରାୟ ୬୦୦ ବର୍ଷରୁ ଅଧିକ ପୁରୁଣା ।
ଶ୍ରୀମନ୍ଦିରରେ ରସଗୋଲାର ପ୍ରଥମ ନାମ “ଖିରିମୋହନ” ନାମ ଥିଲା । ସମୟ କ୍ରମେ ଖିରିମୋହନର ନମ ପରିବର୍ତ୍ତନ ହୋଇ ଆଜିର ରସଗୋଲାରେ ପରିଣତ ହୋଇଛି ।ସାଲେପୁରର ବିକଳାନ୍ଦ କର ରସଗୋଲା ଓ ପାହାଳ ରସଗୋଲା ସାରା ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଖୁସିର କଥା ଆମ ଓଡ଼ିଶାର ରସଗୋଲାକୁ GI Tag ମାନ୍ୟତା ମିଳିଛି । ଜୟ ଶ୍ରୀଜଗନ୍ନାଥ (ବ୍ୟଙ୍ଗକବି ଧର୍ମଛଡା )
No Result
View All Result