No Result
View All Result
ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ଲାଗିଛି । ଭକ୍ତମାନେ ଟିଭି ପରଦାରେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ବୁଧବାର ତିନି ରଥରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ଶ୍ରୀଜିଉ । ଏଥିପାଇଁ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଓଡ଼ିଶା ତାଜାନ୍ୟୁଜ (୨୧ ଜୁଲାଇ,ବୁଧବାର) ଭୁବନେଶ୍ୱର :- ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ପୂର୍ବ ନିର୍ଦ୍ଧାରିତ ସମସ୍ତ ନୀତି ନିର୍ଘଣ୍ଟ ଅନୁସାରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ ।
ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ସବା ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା । ତିନି ରଥ ଆସି ପହଞ୍ଚିବାପରେ ସେବାୟତମାନେ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଛନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ବାହୁଡ଼ାଯାତ୍ରାର ସମସ୍ତ ନୀତି ସମ୍ପନ୍ନ ହୋଇଛି । ରଥଗୁଡ଼ିକ ହଦ୍ୱାର ସମ୍ମୁଖରେ ପହଞ୍ଚିବାପରେ ଯେଉଁ ନୀତି ହେବାକୁ ଅଛି, ତାହା ସମ୍ପନ୍ନ କରିବାକୁ ସେବାୟତମାନେ ଲାଗିପଡ଼ିଛନ୍ତି ।
କରୋନା କଟକଣା ଭିତରେ ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା ସରିଛି । ଚଳିତ ବର୍ଷ କରୋନା ପାଇଁ କେବଳ ସେବାୟତ ଏବଂ ପୋଲିସ ପ୍ରଶାସନ ଦ୍ୱାରା ରଥ ଟଣା କାର୍ଯ୍ୟ ହୋଇଥିଲା । ଭଗବାନଙ୍କ ଅପୂର୍ବ ଦୃଶ୍ୟକୁ ଶ୍ରଦ୍ଧାଳୁମାନେ ଘରେ ରହି ଟିଭି ପରଦାରେ ଦେଖିଛନ୍ତି । ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।
No Result
View All Result