No Result
View All Result
ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ବରଗଡ଼ :- ବହୁ ପ୍ରତୀକ୍ଷା ର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡ ରୁ ବସ୍ ଚଳାଚଳ ର ଶୁଭାରମ୍ଭ ହେଇଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷ ବାନାର୍ଜୀ,
ଜିଲ୍ଲା ଏସପି ରାହୁଲ ଜୈନ, ଘରୋଇ ବସ୍ ମାଲିକ ସଂଘ ର ଉପଦେଷ୍ଟା ଇ° ଦେବବ୍ରତ ମିଶ୍ର, ସଂଘ ର ସଭାପତି ଭୀଷ୍ମ ଦେବ ଦୋରା ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ନୂତନ ଘରୋଇ ବସଷ୍ଟାଣ୍ଡରେ ଯାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।
ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ପିଠି ଡିଆରଡିଏ କୃତି ବାସ ରାଉତ, ସଂଘ ର ସମ୍ପାଦକ ଶେଖ୍ ନଜିମୁଦ୍ଦିନ, ସୁଶାନ୍ତ ମିଶ୍ର, ସରୋଜ କୁମାର ମହାପାତ୍ର,ପୁରନ ଶର୍ମା ଓ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
No Result
View All Result