No Result
View All Result
ଓଡ଼ିଶା ତାଜାନ୍ୟୁଜ (୧୯ ଜୁଲାଇ ସୋମବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ୧୬ନଂ ୱାର୍ଡ଼ର ବିଭିନ୍ନ ସମସ୍ୟାର ସମାଧାନ ଓ ୧୩ ଦଫା ଦାବି ନେଇ ସଂପୃକ୍ତ ୱାର୍ଡ଼ ବାସିନ୍ଦା ସୋମବାର ସ୍ଥାନୀୟ ପୌର କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଘଟଣାର ସ୍ଥାୟୀ ସମାଧାନ ସକାଶେ ଏକ ଦାବି ପତ୍ର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ରଜ୍ୟ ମୁଖ୍ୟମନ୍ତ୍ରୀ ନ୍ଖକ୍ସ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସର୍ବଦା ଉଦ୍ୟମ କରି ଆସିଛନ୍ତି । ପରିତାପର ବିଷୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସ୍ଥାନୀୟ ପୌରାଂଚଳ ୧୬ ନଂ ୱାର୍ଡ଼ର ବହୁ ସମସ୍ୟା ଭିତରେ ରହିଥିବା ନେଇ ସଂପୃକ୍ତ ୱାର୍ଡ଼ ବାସିନ୍ଦା ଅଭିଯୋଗ କରିଛନ୍ତି । ସେମାବାର ପୂର୍ବାହ୍ନରେ ସଂପୃକ୍ତ ୱାର୍ଡ଼ର ବହୁ ମହିଳା ଓ ପୁରୁଷ ସମସ୍ୟାର ସମାଧାନ ପାଇଁ ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ । ସଂପୃକ୍ତ ୱାର୍ଡ଼ର ସମସ୍ତ ସାହିକୁ ପକ୍କା ରାସ୍ତା ନିର୍ମାଣ ଓ ଅଧପନ୍ତରିଆ ରାସ୍ତାକୁ ଯଥାଶ୍ରୀଘ ମରାମତି ସମ୍ପୁର୍ଣ୍ଣ କରିବା, ଡ଼୍ରେନେଜ ସୁବିଧା ସହ ଡ଼୍ରେନ ଉପରି ଭାଗରେ ପ୍ଲେଟ ସ୍ଥାପନ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ,
ନେତାଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ସରକାରୀ ସୁବିଧା ସୁଯୋଗ ପ୍ରଦାନ, ସ୍ୱର୍ଗଦ୍ୱାରର ଉନ୍ନତିକରଣ, ଉପଯୁକ୍ତ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ, ବିକାଶ କ୍ଷେତ୍ରରେ ୧୬ନଂ ୱାର୍ଡ଼କୁ ଗୁରୁତ୍ୱ ପ୍ରଦାନ, ଗାୟତ୍ରୀ ନଗରରେ ନିର୍ମାଣଧିନ ରହିଥିବା କମ୍ୟୁନିଟି ହଲର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା, ଶ୍ରୀକ୍ଷେତ୍ର ମାର୍ଗ ସ୍ଥିତ କଲ୍ୟାଣମଣ୍ଡପ କାର୍ଯ୍ୟ ଶେଷ କରିବା, ଘୋଡ଼ାହାଡ଼ ସେତୁ ନିକଟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଯୋଗ୍ୟ ବ୍ୟକ୍ତିଙ୍କୁ ଖାଉଟି କାର୍ଡ଼ ପ୍ରଦାନ, ସାହିବସ୍ତିରେ ଷ୍ଟୀଟ ଲାଇଟ ବନ୍ଦୋବସ୍ତ ଇତ୍ୟାଦି ଦାବି ନେଇ ଘେରାଉ କରିଥିଲେ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଘଟଣାର ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଘେରାଉ ହଟିଥିଲା । ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ସଂପୃକ୍ତ ୱାର୍ଡ଼ ବାସିନ୍ଦା କରିଥିବା ସମସ୍ତ ସମସ୍ୟାର ସମାଧାନ ଲାଗି ଟେଣ୍ଡର ପକ୍ରିୟା ଶେଷ ହୋଇଛି । ତୁରନ୍ତ ନିର୍ମାଣ କାର୍ଯ୍ୟାରମ୍ଭ କରାଯିବ । ଘେରାଉରେ ଲକ୍ଷ୍ମଣ ପଟ୍ଟନାୟକ, ପଦ୍ମା ସାହୁ, କୋକିଳ ସାହୁ, ସୁରେନ୍ଦ୍ର ସାହୁ, କୁମାରୀ ମହାରଣା, ଶଙ୍କର ସାହୁ, ସାଗରୀକା ବାରିକ, ଇଶାରାଣୀ ବିଷୋୟୀ, କରୁଣାକର ବାଡ଼ତ୍ୟାଙ୍କ ସମେତ ସଂପୃକ୍ତ ୱାର୍ଡ଼ର ୬୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result