No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ନୂତନ ବସଷ୍ଟାଣ୍ଡ ରୁ ବସ୍ ଚଳାଚଳ ଆରମ୍ଭ ହେବ । ଏଥିପାଇଁ ବସଷ୍ଟାଣ୍ଡ କୁ ରଙ୍ଗ ତୂଳୀରେ ସଜ୍ଜିତ କରାଗଲିଣି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଅଢେ଼ଇ ବର୍ଷ ହେବ ଉକ୍ତ ବସଷ୍ଟାଣ୍ଡ ଉଦଘାଟିତ ହୋଇ ପଡି ରହିଥିଲା । ନୂତନ ଜିଲ୍ଲାପାଳ ଏହାକୁ ଆରମ୍ଭ କରିବା ପାଇଁ ଗତ ୧୦ ତାରିଖ ଦିନ ପୈ।ର ପରିଷଦ ହଲ୍ ଠାରେ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ । ଏଥିରେ ପୈ।ରାଧିକାରୀ ଅଧ୍ୟକ୍ଷତା କରିଥିଲେ ।

ସେହିପରି ଜିଲ୍ଲାପାଳ ତଥା ପୈ।ର ପ୍ରଶାସିକା ମନୀଷା ବାନାର୍ଜୀ ଙ୍କ ଉପସ୍ଥିତି ରେ ଘରୋଇ ବସ ମାଲିକ ସଂଘ ସଭାପତି ଭୀଷ୍ମ ଦେବ ଦୋରା ସମ୍ପାଦକ ଶେଖ୍ ନଜିମୁଦ୍ଦିନ ଏବଂ ଉପଦେଷ୍ଟା ଦେବବ୍ରତ ମିଶ୍ର କାର୍ଯ୍ୟ ଯମ ଦିଗରେ ବିଶେଷ ଆଲୋଚନା ହୋଇଥିଲା । ଶେଷରେ ଆସନ୍ତା ୨୦ ତାରିଖ ଦିନ ୧୨ ଠାରୁ ନୂତନ ବସଷ୍ଟାଣ୍ଡ ରୁ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ପରେ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହାକୁ ଘୋଷଣା କରାଯାଇଥିଲା ।

No Result
View All Result