No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ରାଇସଲ ପଦର ଗ୍ରାମର ଗଜିନ୍ଦ୍ର ବାରିକ ଆଜି ସକାଳ ୯.ଘ ସମୟରେ ୫୦୫ ନାମକ ଏକ ବିଷପାନ କରିଥିଲେ। ସେହି ସମୟରେ ଗାଇସିଲାଟ ତହସିଲଦାର ଆନନ୍ଦ ପଣ୍ଡା ତହସିଲରେ ନଥିଲେ। ତାଙ୍କ ଅଧସ୍ତନ କର୍ମଚାରୀ ଏ ସଂପର୍କରେ ତାଙ୍କୁ ଅବଗତ କରିଥିଲେ. ମାତ୍ର ତହସିଲଦାର ଦିନ ୧ଟା ପର୍ଯ୍ୟନ୍ତ ତହସିଲକୁ ଆସିନଥିଲେ । ଲୋକେ ମୁମୁର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ଏକ ବ୍ୟକ୍ତିକୁ ଦେଖୁଥିଲେ । ଘଟଣା ସ୍ଥଳକୁ କିଛି ବଦାନ୍ୟ ବ୍ୟକ୍ତି ଆସି ଅମ୍ବୁଲାନ୍ସ ଡାକି ତାଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ସମସ୍ତଙ୍କର ମରିଯାଇଥିଲା ମାନବିକତା
ଚର୍ଚ୍ଚାରେ ଯେଉଁ ଘଟଣା ତାର କାରଣ ବୋଲି କୁହାଯାଉଛି ତାହା ଯଦି ସତ ତେବେ ସାଂଘାତିକ। ୪ ମାସ ତଳେ ସେ ଝିଅର ବିବାହ କରିଥିଲେ। ମୁଣ୍ଡ ଉପରେ କରଜର ବୋଝ। ପଇସା ପାଇଁ ଲୋକେ ଘରକୁ ଆସିଥିଲେ। ଜମି ବିକି ରୁଣ ମୁକ୍ତ ହେବାକୁ ଗଜିନ୍ଦ୍ର ବାରିକ ଚାହୁଁଥିଲେ। ମାତ୍ର ଜମିର ପଟ୍ଟା ତାଙ୍କ ନାମରେ ନଥିଲା। ତହସିଲରେ ଆବେଦନ କରିଥିଲେ। ବହୁ ହଇରାଣ ହେବାପରେ ମଧ୍ୟ ତାହା ହୋଇପାରି ନଥିଲା ।
ଏଣୁ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି. । ତେବେ ଘଟଣାଟି ତଦନ୍ତ ସାପେକ୍ଷ। କିନ୍ତୁ ଯଦିସତ ସାଂଘାତିକ। ଏହା ସରକାରଙ୍କ ୫ଟି ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି। ଗାଇସିଲାଟ ତହସିଲଦାର ଆନନ୍ଦ ପଣ୍ଡାଙ୍କ ମୋବାଇଳ ନଂ 8249479989 କୁ ଯୋଗାଯୋଗ କରାଯାଇଥିଲ। ମାତ୍ର ସେ ଫୋନ ଉଠାଇ ନଥିଲେ। ବୁଦ୍ଧିଜିବୀ ମହଳରେ ପ୍ରସାଶନର ଏଭଲିବକାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି ।ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result