No Result
View All Result
ପୁରୁଣା ବିଜେପି ଯୁବ କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର) ପାଟଣାଗଡ଼ :- ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ପାଟଣାଗଡ ବିଜେଡି କାର୍ଯ୍ଯଳୟରେ ଯୁବକଙ୍କ ଭିଡ ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ଯଳୟ ଠାରେ ଆଜି ରାତ୍ରୀ ୭ ଟା ସମୟରେ ଏନଏସି ୬ ନମ୍ବର ୱାର୍ଡ ସଆଁରାପଡା ଓ ଏଲଆଇସି କଲୋନିର ପୂରୁଣା ଯୁବ ବିଜେପି କର୍ମୀ ବିଜେଡିରେ ଯୋଗଦାନ ଦେଇଥିବା ଜଣାପଡିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଆଜି ବିଭୁତି ଜୁଏଡ଼ ଙ୍କ ନେତୃତ୍ୱରେ ପାଟଣାଗଡ଼ ଏନଏସି ର ୬ ନମ୍ବର ୱାର୍ଡ଼ର ୫୦ ଜଣ ବିଜେପି କର୍ମକର୍ତ୍ତା ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ ଦେଇଥିବା ସୂଚନାମିଳିଛି ।
ଏହି ମିଶ୍ରଣ ପର୍ବ କାର୍ଯ୍ଯକ୍ରମରେ ପ୍ରକାଶ ଧୁବଳ, ଲିପୁ ଭୋଇ, ସୁରେନ ସା, ରିବୁ କରୁଆଁ, ଆଲୋକ ବିଶି, ଧୁମା ନାଏକ, ସୁରଥ କୁଦେଇ ପ୍ରମୁଖ ଯୋଗଦାନ ଦେବା ସହ ଦଳୀୟକର୍ମୀ ସୁକୁମାର ବାରିକ, ପ୍ରଫୁଲ୍ଲ ମେହେର, ବାଦଳ ମିଶ୍ର ଓ କୁନା ସେଠ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇଥିଲେ । (ଗୋରେଖନାଥ ବରିହା )
No Result
View All Result