No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ଜଣ ରୋଗୀଙ୍କ ପାଇଁ ଜରୁରୀ କାଳୀନ ରକ୍ତ ଯୋଗାଡ କରି ରୋଗୀଙ୍କ ପରିବାରର ପ୍ରଶଂସା ଭାଜନ ହୋଇପାରିଛନ୍ତି ସମାଜସେବୀ ମନୋଜ କୁମାର ପଟ୍ଟନାୟକ । ସମସ୍ତ ରୋଗୀଙ୍କ ରକ୍ତ ଭିନ୍ନଭିନ୍ନ ଗ୍ରୁପର ହୋଇଥିବା ବେଳେ ଜରୁରୀ ପରିସ୍ଥିତିରେ ରକ୍ତ ଯୋଗାଡ କରି ରୋଗୀଙ୍କ ଜୀବନ ବଞ୍ଚାଇବା କାଠିକର ପାଠ । ତେବେ ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଜନ ସମ୍ପର୍କ ଓ ସମାଜସେଵାରେ ଏହି ରକ୍ତ ସଂଗ୍ରହ ହୋଇପାରଛି ବୋଲି ଲୋକେ ମତ ପ୍ରକାଶ କରିଛନ୍ତି । ଭବାନୀପାଟଣା କୁସୁମଦୋରୋର ତନୟା ସାହୁଙ୍କୁ ରକ୍ତଦାନ କରିଛନ୍ତି ନର୍ଲା ବ୍ଲକ ସରିଆଁ ଗାଁର ଗୋଲକ ଭୋଇ । କେସିଙ୍ଗା ବାବେଜୋର ଗାଁର ଭଗବାନ ଜାନୀଙ୍କୁ ରକ୍ତଦାନ କରିଛନ୍ତି ନର୍ଲା ବ୍ଲକ ଖାଇଚୁଆଁର ମଣ୍ଟୁ ମାଝୀ ।
ବିଶ୍ବନାଥପୁର ମଧୁପୁରର ଅମ୍ବିକା ହରିଜନଙ୍କୁ ରକ୍ତଦାନ କରିଛନ୍ତି ନର୍ଲାବ୍ଲକ ଖାଇଚୁଆଁର କୃଷ୍ଣଚନ୍ଦ୍ର ମାଝୀ । କେସିଙ୍ଗା କଶୃପଡାର ମଞ୍ଜୁଲତା ମାହାରଙ୍କୁ ରକ୍ତଦାନ କରିଛନ୍ତି ନର୍ଲାବ୍ଲକ୍ ସରିଆଁ ର ଜିତେନ୍ଦ୍ର ବାଗ୍ । କେସିଙ୍ଗା ତୁଣ୍ଡଲାର ଚେତନା ପ୍ରଧାନଙ୍କୁ ରକ୍ତଦାନ କରିଛନ୍ତି ବିଶ୍ବନାଥ ପୁର ମଧୁପୁରର ପବିତ୍ର ହରିଜନ । ଏହାସହିତ ୫ଟି ରୋଗୀ ପରିବାରକୁ ଫଳମୂଳ ପ୍ରଦାନ କରିଛନ୍ତି ସମାଜସେବୀ । ଏହି କାମରେ ସହଯୋଗ କରିଥିଲେ ଯୁବ ସ୍ଵେଛାସେବୀ ମିଲନ ଭୋଇ । ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ଗାଡିରେ ରକ୍ତଦାତା ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ସେମାନେ ରକ୍ତଦାନ କରିଥିଲେ । ସମାଜସେବୀଙ୍କ ଏହି ଜନକଲ୍ୟାଣକାରୀ ପ୍ରଚେଷ୍ଟାକୁ ସାଧାରଣରେ ପ୍ରଶଂସା କରାଯାଇଛି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )
No Result
View All Result