No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- କରୋନା ମହାମାରୀ ଭୟା ଭୟତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ଭିତରେ ପରୀକ୍ଷା କୁ ନେଇ ଆଶା ଆଶଙ୍କା ଭିତରେ ଛାତ୍ରଛାତ୍ରୀ ମାନେ ରହୁଥିଲେ । ଗତକାଲି UGC ଏକ ଗାଇଡ଼ଲାଇନ ଜାରି କରି ଅନ୍ତିମ ସେମିଷ୍ଟର ବା ଶେଷ ବର୍ଷର ପରୀକ୍ଷା 31.08.2021 ସୁଦ୍ଧା ଶେଷ କରିବାକୁ ଶିକ୍ଷାନୁଷ୍ଠାନ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ଏହା ସହିତ ନୂତନ ଶିକ୍ଷା ବର୍ଷ ଲାଗି ସେପ୍ଟେମ୍ବର 30 ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ କରି October 1 ରୁ ଶିକ୍ଷା ବର୍ଷ ର ପାଠ ପଢା ଆରମ୍ଭ କରିବାକୁ ଗାଇଡ଼ ଲାଇନ ରେ ଉଲ୍ଲେଖ ରହିଛି । ଓଡିଶା ସରକାରଙ୍କ ର ଉଚ୍ଚଶିକ୍ଷା ବିଭାଗ UGC ଗାଇଡ଼ଲାଇନ ଜାରି କରିବାର 2 ମାସ ପୂର୍ବରୁ ପରୀକ୍ଷା କରିବା ପାଇଁ ନିଷ୍ପତି ନେଇସାରିଥିଲା ।
ଯଦି ଉଚ୍ଚ ଶିକ୍ଷା ବିଭାଗ UGC ର ଗାଇଡ଼ଲାଇନ କୁ ଅପେକ୍ଷା କରିଥାନ୍ତା ତାହେଲେ ପରୀକ୍ଷା କରିବା ହୁଏତ ସମ୍ଭବପର ହୋଇ ନଥାନ୍ତା । UGC ନିଷ୍ପତି ନେବାରେ ବିଳମ୍ବ ଘଟିଥିବାରୁ ମାତ୍ର ଗୋଟିଏ ମାସରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହେବେ। କିନ୍ତୁ ଓଡିଶା ସରକାର ବହୁ ପୂର୍ବରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏଠାରେ କୌଣସି ଅସୁବିଧା ପରିଲିଖିତ ହେବ ନାହିଁ ।
No Result
View All Result