No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର ) ପାଟଣାଗଡ଼ :- ଖପ୍ରାଖୋଲ ବ୍ଳକ ରେ ବିଭିନ୍ନ ଗ୍ରାମରେ ଧାନ ରୁଆକାର୍ଯ୍ୟ ଆରମ୍ଭ ଚାଷୀ ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ କରିବା ପରେ ବର୍ଷା ଋତୁ କୁ ଅପେକ୍ଷା କରିଥାଏ ବର୍ଷା ଋତୁ ଆଗମନ ହେବା କ୍ଷଣି ଚାଷୀ ଆମର କରେ ଚାଷ କରିବା ଜମି ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥାଏ । କଥା ରେ ଚାଷ କାମ ଯାହାର କେଡେ ସୁଖ ତାହାର ।

ସେ ସିନା ଦୂନିଆକୁ ଯୁଗାଉଛି ଆହାର ଚାଷୀ ମୈ।ଷମି ବର୍ଷା ରେ ଖରା ଟିଆ ହଲ କରି ଜମି କୁ ପ୍ରସ୍ତୁତ କରିବା ସହ ପାଣି ର ସୁବିଧା ଦେଖି ଚାଷୀ ଧାନ ମଞ୍ଜି ( ପହ୍ଲା ପକାଥାଏ ) ଠିକ୍ ପହ୍ଲା କୁ ୨୧/୨୫ ଦିନ ହେଲା ପରେ ଜମିରେ ଲଗାଯାଇଥାଏ ।,ଚାଷ ତରତର ବଣିୟ ମଠ “ଭଲି ଚାଷୀ ଚାଷ କାମ ପାଇଁ ତତ୍ପର ହୋଇ ଉଠେ ।

ଓ ଆଗ୍ ବିହୁଡା ପଛ୍ ରୁଆଁ ଦେଖିଆସିବୁ କାଦୋ କୁହାଁ ଭଲି ଚାଷୀ ଆଗୁଆ ବୁଣିବା ଓ ରୁଇବା ଚାଷୀମାନେ ଆରମ୍ଭ କରିଥାନ୍ତି । ଏପରି ଏକ ଆଗୁଆ ଚାଷୀ ଆଜି ତାଙ୍କ ଜମିରେ ଧାନ ରୁଉଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିହା ପଞ୍ଚାୟତ କୁସୁମ କାନୀ ଗ୍ରାମ ରେ ଜଣେ ଆଗୁଆ ଚାଷୀ ଚନ୍ଦ୍ରଶେଖରବରିହା ସେ ପ୍ରାୟ ୫ ଏକର ଜମି ରେ ପାଖରେ ଥିବା ନଦୀ ରୁ ପାଣି ଉଠାଇ ଧାନ ଫସଲ କରୁଥିବା କହିଛନ୍ତି ।

ଆଜି ସେ ଧାନ ପହ୍ଲା ରୋପିବା ପୂର୍ବରୁ ମାଁ ମାଟି ର ଓ ଲକ୍ଷ୍ମୀ ମାତା ଙ୍କ ସହ ଅନ୍ୟ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ପୂଜା ପରେ ରୁଆ କାମ ଆରମ୍ଭ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ଚାଷୀ ଚନ୍ଦ୍ରଶେଖରବରିହା ସମସ୍ତ ଚାଷୀ ବନ୍ଧୁ ମାନଙ୍କୁ ଅନୁରୋଧ କରିଛନ୍ତି ପାଣି ର ସୁବିଧା ଥିଲେ ଚାଷ କାମ ଆରମ୍ଭ କରିବାକୁ କହିଛନ୍ତି ।
No Result
View All Result