No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- ଏୟାରଟେଲ ଓ ସିସ୍କୋ ପକ୍ଷରୁ ଉଦ୍ୟୋଗଗୁଡ଼ିକ ପାଇଁ ସିସ୍କୋ ର ଏସଡି- ୱାନ ଟେକ୍ନୋଲୋଜି ଉପରେ ପର୍ଯ୍ୟବେସିତ ନେକ୍ସଟ-ଜେନ କନେକ୍ଟିଭିଟି ସମାଧାନର ଶୁଭାରମ୍ଭ କରାଯାଇଛି । ଏହି ସମାଧାନ ବୃହତ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଏକ ସଂଯୁକ୍ତ ଦୁନିଆରେ ନିଜର ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ସେମାନଙ୍କର ଡିଜିଟାଲ ରୂପାନ୍ତରକୁ ବୃଦ୍ଧି କରିବାକୁ ସକ୍ଷମ କରିବ । ଏହା ଉଦ୍ୟୋଗ ଗୁଡ଼ିକୁ ସେମାନଙ୍କ କ୍ଲାଉଡ କମ୍ପ୍ୟୁଟିଙ୍ଗ, ଗତିଶୀଳତା ଏବଂ ଡିଜିଟାଇଜେସନର ବାସ୍ତବିକ ଚାହିଦାଗୁଡ଼ିକର ଅନୁକୂଳତମ ଏକ ଫାଷ୍ଟ କ୍ଲିପରେ ସେମାନଙ୍କ ୱାନ ଭିତିଭୂମିକୁ ଡିଜାଇନ, ନିୟୋଜନ, କନ୍ଫିଗର, ସ୍ଥାନାନ୍ତର ଏବଂ ପରିଚାଳନା କରିବାର ଅନୁମତି ଦେଇଥାଏ । ଏୟାରଟେଲର ବୁଦ୍ଧିମାନ ଭିପିଏନ ସଲ୍ୟୁସନ ସିସ୍କୋ ଏସଡି-ୱାନର ସମ୍ପୂର୍ଣ୍ଣ କାର୍ଯ୍ୟଦକ୍ଷତା ସହିତ ଆସିଥାଏ, ଯାହାକି ବୁଦ୍ଧିମାନ ଗତିଶୀଳ ରୁଟିଙ୍ଗ, ଅନୁକୂଳତମ କ୍ଲାଉଡ କନେକ୍ଟିଭିଟି ଏବଂ ସାରା ଭାରତରେ ଏହାର ବୃହତ ଗ୍ରାହକ ଆଧାରରେ ଆପ୍ଲିକେସନ ଓ ପ୍ରଦର୍ଶନର ଦୃଶ୍ୟତାକୁ ଅନ୍ତର୍ଭୁକ୍ତ କରିଥାଏ । ସିସ୍କୋ ଏସଡି-ୱାନ ମଲଟିକ୍ଲାଉଡ, ସୁରକ୍ଷା, ଏକୀକୃତ ଯୋଗାଯୋଗ ଏବଂ ଆପ୍ଲିକେସନ ଅପ୍ଟିମାଇଜେସନ ପାଇଁ ଇଂଟିଗ୍ରେଟେଡ ସାମର୍ଥ୍ୟ ସହିତ ଯେକୌଣସି ୟୁଜରଙ୍କୁ ଯେକୌଣସି ଆପ୍ଲିକେସନ ସହିତ ସଂଯୁକ୍ତ କରିଥାଏ ଯାହାକି ଏସଏଏସଇ (ସିକ୍ୟୋର ଆକସେସ ସର୍ଭିସ ଏଜ) ସକ୍ଷମ ସ୍ଥାପତ୍ୟ ଉପରେ ରହିଥାଏ ।
ଏହି ସମାଧାନ ଅତ୍ୟନ୍ତ ସୁରକ୍ଷିତ ଆଗାମୀ ପିଢ଼ୀର ନେଟୱର୍କ ନିର୍ମାଣ କରିବା ଲାଗି ଏୟାରଟେଲ ବିଜନେସ ଓ ସିସ୍କୋର ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ କରିଥାଏ, ଯାହାକି ଗ୍ରାହକଙ୍କୁ ମୂଲ୍ୟ ସାପେକ୍ଷ ଓ ଚାହିଦା ଅନୁଯାୟୀ କନେକ୍ଟିଭିଟି ପ୍ରଦାନ କରିଥାଏ । ଏହା ସମ୍ପର୍କରେ ଏୟାରଟେଲ ବିଜନେସର ଡାଇରେକ୍ଟର ଏବଂ ସିଇଓ, ଅଜୟ ଚିତକାରା କହିଛନ୍ତିଯେ, “ଆଜିର ଡିଜିଟାଲ ଅଗ୍ରଣୀ ପରିବେଶରେ ବ୍ୟବସାୟଗୁଡ଼ିକ ପାଇଁ ସୁରକ୍ଷିତ ଏବଂ ଚାହିଦା ଅନୁଯାୟୀ କନେକ୍ଟିଭିଟି ଏକ ପ୍ରମୁଖ ଆବଶ୍ୟକତା ଅଟେ ା ଉଭୟ କମ୍ପାନୀର ଶକ୍ତିକୁ ଏକାଠିକରି ଏହି ଆବଶ୍ୟକତାକୁ ପୂରଣ କରିବା ଲାଗି ସିସ୍କୋ ସହିତ ଆମର ଦୀର୍ଘ ଦିନର ସହଭାଗିତାକୁ ଆହୁରି ଗଭୀର କରି ଆମେ ବେଶ ଆନନ୍ଦିତ । ରୟାଲ ଏନଫିଲ୍ଡ, ପାନାସୋନିକ ଏବଂ କୋନ୍ନଟ ପ୍ଲାଜା ରେଷ୍ଟୁରାଂଟ (ମ୍ୟାକଡୋନାଲ୍ଡ ଲାଇସେନ୍ସି-ଉତର ଓ ପୂର୍ବ ଭାରତ) ହେଉଛି କେତେକ ବ୍ୟବସାୟ ଯେଉଁମାନେ କି ସେମାନଙ୍କ ନେଟୱର୍କ ଭିତିଭୂମିରେ ପରିବର୍ତନ ଆଣିବା ଲାଗି ଏୟାରଟେଲ-ସିସ୍କୋର ଏସଡି-ୱାନ ସଲ୍ୟୁସନର ଚୟନ କରିସାରିଛନ୍ତି ।” ସେହିଭଳି ସିସ୍କୋ ଇଣ୍ଡିଆ ଏବଂ ସାର୍କ, ଅଧ୍ୟକ୍ଷ ସମୀର ଗର୍ଦ୍ଦେ କହିଛନ୍ତିଯେ, “ଏୟାରଟେଲ ବିଜନେସ ସହିତ ଏହି ସହଭାଗିତା ମାଧ୍ୟମରେ ଆମେ ବୃହତ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ନିରାପଦ କନେକ୍ଟିଭିଟି ସମାଧାନ ନେଇଆସିଛୁ ଏବଂ ଡିଜିଟାଲ ଭବିଷ୍ୟତରେ ସେମାନଙ୍କ ସ୍ଥାନ ମଜବୁତ କରିବାରେ ସେମାନଙ୍କୁ ସାହାଯ୍ୟ କରିବୁ ।”
No Result
View All Result