No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର) ଭୁବନେଶ୍ୱର :- ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ କୃଷି, ସ୍ୱାସ୍ଥ୍ୟ, ରାସ୍ତାଘାଟ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ଖାଦ୍ୟଯୋଗାଣ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ଏବଂ ପୂର୍ବ ଯୋଜନା କମିଟି ବୈଠକରେ ଅନୁମୋଦିତ ହୋଇଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବାରେ ଜିଲ୍ଲା ପ୍ରଶାସନ ଭଲ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିଥିଲେ । ଯେଉଁ ବିକାଶମୂଳକ କାର୍ଯ୍ୟ ବାକି ରହିଯାଇଛି ତାହାକୁ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ସାଂସଦ ରମେଶ ମାଝୀ, ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର କ୍ରୀଡ଼ା ଛାତ୍ରାବାସ ବୁଲିଯିବା ସହିତ ସେଠାକାର ଅନ୍ତେବାସୀଙ୍କ ସହ କଥା ହୋଇଥିଲେ । ଏଥିସହ ସେଠାରେ ରହିବା, ଖାଦ୍ୟପେୟ, ତାଲିମ ବ୍ୟବସ୍ଥା, କ୍ରୀଡ଼ା ସରଞ୍ଜାମ ଓ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ । ଆଜି ଅପରାହ@ରେ ମନ୍ତ୍ରୀ ଶ୍ରୀ ବେହେରା ନବରଙ୍ଗପୁର ଜିଲ୍ଲାରେ ପହଞ୍ଚି ଜିଲ୍ଲାର ବିଭିନ୍ନ ଆଇଟି ଭତ୍ତିଭୂମି ଓ କ୍ରୀଡ଼ା ଭିତ୍ତିଭୂମି ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ କ୍ରୀଡ଼ାର ବିକାଶ ସହ ତୃଣମୂଳ ସ୍ତରରୁ ଭଲ ଖେଳାଳୀ ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆମକୁ ସେଥି ନେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ । ଆସନ୍ତାକାଲି ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ
No Result
View All Result