No Result
View All Result
ବାଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଓଡ଼ିଆ ଭାଷା ସାହିତ୍ୟର ଯଶସ୍ୱୀ ସାଧକ, ଅଦ୍ୱିତୀୟ ସ୍ରଷ୍ଟା ପୁରୁଷ, ସତ୍ୟବାଦୀ ବନବିଦ୍ୟାଳୟର ଆଦର୍ଶ ଶିକ୍ଷକ, ପ୍ରବୀଣ ରାଜନୀତିଜ୍ଞ, ବିଛିର୍ଣ୍ଣ ।ଞ୍ଚଳ ମିଶ୍ରଣ ସଂଘର୍ଷ ସମିତିର ପୁରଧା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୭୦ତମ ପୁଣ୍ୟତିଥିରେ ଜନ୍ମମାଟି ବାଣପୁରବାସୀଙ୍କ ତରଫରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରବଳ ଝଡ଼ ବର୍ଷା ସତ୍ଵେ ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଏବଂ ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ,

ବ୍ରଜବନ୍ଧୁ ମିଶ୍ର, କବି ଶିଶିର କୁମାରଦାସଙ୍କ ସହଯୋଗରେ ବାଣପୁରର ବିଭିନ୍ନ ଅନୁଷ୍ଠାନ ତଥା ବାଣପୁରଐତିହ୍ୟ ସୁରକ୍ଷା ସମିତି, ମାଧ୍ୟମିକ ଶିକ୍ଷକ ମହାସଂଘ,ପ୍ରାଥମିକ ଶିକ୍ଷକସଂଘ,ସାହିତ୍ୟ ସିନ୍ଦୁରା , କବିକୃଷ୍ଣଚନ୍ଦ୍ର ପାଠାଗାର, କୁମାର ପାଠାଗାର, ପରୀଡ଼ା ପାଠାଗାର, ଗୋଦାବରୀଶ ବିଦ୍ୟାପୀଠ, ଗୋଦାବରୀଶ ମହାବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ,ଓଡ଼ିଆ ଭାଷା ସୁରକ୍ଷା ସମିତି, ଆମ ଭାଷା ସାହିତ୍ୟ ସଂସ୍କୃତି ପରିଷଦ, ନେହେରୁ ସେବାସଂଘ, ଚ଼ିଲିକା ପ୍ରେସ୍ କ୍ଲବ୍,
ଶାଳିଆପ୍ରେସ୍ କ୍ଳବ୍ , ଚ଼ିଲିକା ରିପୋର୍ଟରସ୍ ଆସୋସିଏସେନ୍, ଏକତା ପରିଷଦ ଟ୍ରଷ୍ଟ , ବାଇ କଣ୍ଟିଆ ଟ୍ରଷ୍ଟ ,ଚିତ୍ରାଚାର୍ଯ୍ୟ ଉପେନ୍ଦ୍ର ମହାରଥି ସ୍ମୃତି କମିଟି, ଭବାନୀ ଦେବୀ ଯୁବସେବାସଂଘ, ପଲ୍ଲୀ ସଂସ୍କୃତି କଳା ପରିଷଦ, ଡ଼ାକ୍ତର ରାଧାଚରଣ ପଣ୍ଡା ସ୍କୃତି କମିଟି ପରି ବହୁ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓସେବା ଅନୁଷ୍ଠାନ ତରଫରୁ ପୁଣ୍ୟଶ୍ଳୋକ ଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପ୍ରଭାତରେ ତାଙ୍କ ସ୍ୱରଚିତ କାଳଜୟୀ ଉଦବୋଧନୀ କବିତା, “ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନମାଳ ,ପୂଣ୍ୟଜଳଧି ଜଳ ଖେଳି ଉଠୁ ସଘନେ , ପ୍ରାଚୀ ଗଗନ ଶିରେ, ଭାସି କନକନୀରେ ,ଆସ ତପନ ଉଇଁ ଏଉତ୍କଳ ଭୂବନେ “l
ସମବେତ କଣ୍ଠସ୍ୱରରେ ଗାନ କରାଯାଇ ଉପସ୍ଥିତ ଜନସାଧାରଣଙ୍କ ଦ୍ୱାରା ନିକଟସ୍ତ ପୁଷ୍କରିଣୀ ରେ ତିଳତର୍ପଣ କରାଯାଇଥିଲା । ବାଣପୁରବଜାର ନିକଟସ୍ଥ ଯୋଗୀ ପୋଖରୀ ନିକଟରେ ସ୍ଥାପିତ ସ୍ୱର୍ଗତ ମିଶ୍ରଙ୍କ ବହୁପୁରୁଣା ପ୍ରତିମୂର୍ତ୍ତିଟିର ଧିରେ ଧୀରେ ଅବକ୍ଷୟ ଘଟୁଥିବାରୁ ତାଙ୍କରଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ମେଡ଼ିକାଲ ଛକ ନିକଟରେ ସ୍ଥାପନ କରିବାପାଇଁ ସାହିତ୍ୟ ସମାଜ ତରଫରୁ କରାଯାଇଥିବା ଅନୁରୋଧକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁନାୟକ ସାଦରେ ଗ୍ରହଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

No Result
View All Result