• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
July 16, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର )  ମିନିଆପଲିସି :-  ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହୀନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି । ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର ଠାରେ ଅବସ୍ଥିତ ଏହି ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା ଓ ପ୍ରଭୁ ଶ୍ରୀସୁଦର୍ଶନ ବିରାଜମାନ ଅଛନ୍ତି । ହୀନ୍ଦୁ ସୋସାଇଟି ଅଫ୍‍ ମିନେସୋଟ୍ଟା (ଏଚ୍‍.ଏସ୍‍.ଏମ୍‍.ଏନ୍‍) ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ କଥିତ ମନ୍ଦିର ତରଫରୁ ଚଳିତ ବର୍ଷର ରଥଯାତ୍ରା କୋଭିଡ୍‍ ଆତଙ୍କ ସତ୍ତ୍ୱେ ମହାସମାରୋହରେ ଆୟୋଜନ କରାଯାଇଥିଲା ।

ବଢ଼ି ଭୋରରୁ ଦିଅଁମାନଙ୍କ ସମ୍ମୁଖରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ ମୁଖ୍ୟ ପୁଜାରୀ ମୁରଲୀ ଭଟ୍ଟରଙ୍କର ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା । ସକାଳ ୧୧ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ରୋଷଣୀ କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା ।

ବିଶେଷ କରି ମହିଳାମାନେ ମା’ ଶୁଭଦ୍ରାଙ୍କୁ ନଚାଇ ନଚାଇ ନେଉଥିବାର ଦୃଶ୍ୟ ନିଆରା ଥିଲା । ଉପସ୍ଥିତ ସହସ୍ରାଧୀକ ଭକ୍ତଙ୍କ ଦ୍ୱାରା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀ ଏବଂ ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ ଗଗନ ପବନକୁ ପ୍ରକମ୍ପିତ କରୁଥିବା ଦେଖାଯାଇଥିଲା । ଏଚ୍‍.ଏସ୍‍.ଏମ୍‍.ଏନ୍‍ର ଅଧ୍ୟକ୍ଷ ତଥା ହୀନ୍ଦୁ ମନ୍ଦିରର ପ୍ରତିଷ୍ଠାତା ପ୍ରଖ୍ୟାତ ବୈଜ୍ଞାନିକ ଡଃ ସୀତକଣ୍ଠ ଦାଶ ରଥ ଉପରେ ତାଙ୍କର ଧର୍ମପତ୍ନୀ କବୟିତ୍ରୀ କଳ୍ପନା ଦାଶଙ୍କ ସହିତ ଠାକୁରମାନଙ୍କୁ ଆରାଧାନା କରିବା ପରେ ଡଃ ଦାଶଙ୍କ ଦ୍ୱାରା ଛେରା ପହଁରା ବିଧି ସମାପନ କରାଯାଇଥଲା । ପରେ ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ଏବଂ ଭକ୍ତିପୂତ ପରିବେଶ ମଧ୍ୟରେ ରଥଟିକୁ ଟଣାଯାଇ ନବନିର୍ମିତ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା ।

ମାଉସୀ ମା’ ଘରେ ତିନିଠାକୁର ଆସନ୍ତା ୧୮ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ଜଣାଯାଇଛି । ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଏଚ୍‍.ଏସ୍‍.ଏମ୍‍.ଏନ୍‍ର ବିଭିନ୍ନ ପ୍ରକଳ୍ପ ମୁଖ୍ୟମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଯୋଗଦାନ ପାଇଁ ସମ୍ବର୍ଦ୍ଧନା ଫଳକ ପ୍ରଦାନ କରାଯାଇଥିଲା ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ଥାନୀୟ ରୋଟାରୀ କ୍ଲବର ସଭାପତି ରାଜ ଖାନ୍‍କରୀ, ମିନେସୋଟ୍ଟାସ୍ଥିତ ଭାରତ ସଂଘର ସଭାପତି କିରଣ ବିଣ୍ଡି, ଭୁବନେଶ୍ୱରରୁ ଆସିଥିବା ପ୍ରତାପରୁଦ୍ର ଦାସ, ବୈଜୟନ୍ତୀମାଳା ଦାସ ଏବଂ ମିନେସୋଟ୍ଟା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ରମୟା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ରଥଯାତ୍ରା ଉତ୍ସବର ବିଶାଳକାୟ ଆୟୋଜନ ଏବଂ ଏଥିଜନିତ ଟିକିଟିଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରାଯିବାରେ ଏଚ.ଏସ୍‍.ଏମ୍‍.ଏନ୍‍ର ଅଧ୍ୟକ୍ଷ ଡଃ ସୀତକଣ୍ଠ ଦାଶ ଓ ସଭାପତି ପୂଜା ବାସ୍ତୋଦକର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version