• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଟକଣା କୋହଳ ପରେ ସମସ୍ତେ ଢିଲା ; ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନକୁ ଭୂଲିଗଲେଣି ହିଞ୍ଜିଳିବାସୀ

Proprietor Abhimanyu Maharana by Proprietor Abhimanyu Maharana
July 14, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
କଟକଣା କୋହଳ ପରେ ସମସ୍ତେ ଢିଲା ; ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନକୁ ଭୂଲିଗଲେଣି ହିଞ୍ଜିଳିବାସୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ହିଞ୍ଜିଳିକାଟୁ :-  ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବହୁତ କମିବାରେ ଲାଗିଛି । ଜୁଲାଇ ପହିଲାରୁ ରାଜ୍ୟରେ ଅନଲକ-୨ କାର୍ଯ୍ୟକାରୀ କରାଯିବା ସହ କରୋନା କଟକଣାକୁ କୋହଳ କରାଯାଇଛି । ଏଭଳି ସ୍ଥିତିରେ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ସହିତ ଯାତାୟତ ଓ ଯାତ୍ରୀ ପରିବହନ ଚାଲୁ ରହିଛି । ଘରୁ ବାହାରକୁ ବାହାରିବା ପାଇଁ ଥିବା ପ୍ରତିବନ୍ଧକ ହଟିଛି । କରୋନା ସଂକ୍ରମଣ ବିପଦ ସମ୍ପୁର୍ଣ୍ଣ ମାତ୍ରାରେ ଟଳିନଥିବା ବେଳେ ଲୋକେ ଏହାକୁ ପୂର୍ବଭଳି ଖାତିର କରୁନଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ଲୋକଙ୍କୁ ଦେଖିଲେ କରୋନା ସମ୍ପୁର୍ଣ୍ଣ ଉଭେଇ ଯାଇଥିବା ପରି ମନେହେଉଛି । ଲୋକଙ୍କ ମୁହଁରେ ମାସ୍କ ନଥିବା ବେଳେ ଖୋଲା ବଜାରରେ ଲୋକେ ବିନା ଦ୍ୱିଧାରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳୁଛି । ନିଜ ଓ ପରିବାରର ସୁରକ୍ଷାକୁ ପଛରେ ପକାଇ କିଏ ବିନା ମାସ୍କରେ ବୁଲୁଛି ତ ଆଉ କିଏ ମାସ୍କକୁ ଲୋକ ଦେଖାଣିଆ ଭାବେ ଥୋଡ଼ିରେ ଓହଳାଇ ରଖୁଥିବାର ଦେଖିବାକୁ ମିଳୁଛି । କରୋନା ପାଇଁ ଅସ୍ତ୍ର ସାଜିଥିବା ମାସ୍କର ଗୁରୁତ୍ୱକୁ ଲୋକେ ବେଖାତିର କରୁଥିବା ବେଳେ ପୁଣି ୁବିପଦ ଘନେଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମହାମାରୀ କରୋନା ଭୁତାଣୁ ସଂକ୍ରମଣର ୨ୟ ଲହର ବ୍ୟାପିବା ପରଠାରୁ ସରକାର ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର ଓ ହାତକୁ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଥମେ ପ୍ରଥମେ ଏହା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଥିବା ବେଳେ ବର୍ତମାନ ଏହାକୁ ଲୋକ ସମ୍ପୁର୍ଣ୍ଣ ଭୂଲି ଯାଇଥିବା ପରି ମନେହେଉଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବଜାର ଓ ଛକ ସ୍ଥାନ ମାନଙ୍କରେ ଲୋକେ ବିନା ମାସ୍କରେ ବୁଲୁଥିବା ସହ ଅକାରଣରେ ଖଟି କରୁଥିବାର ଦେଖିବାକୁ ମିଳୁଛି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଂଚସୂତ୍ରୀ ନିୟମ ପାଳନ କରିବା ସକାଶେ ପୌର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଥିଲେ ମଧ୍ୟ ସ୍ଥାନୀୟ ପୌରାଂଚଳର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଏହାର ଖୋଲା ଖୋଲି ଉଲଂଘନ କରୁଥିବାର ଦେଖିବାକୁ ମିଳୁଛି । ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଉଥିବା ବେଳେ କିଛି ଲୋକେ ବାହାରକୁ ଆସିଲେ ମାସ୍କ ପରିଧାନ କରୁଥିବା ବେଳେ ଆଉ କିଛି ପୁଲିସ କିମ୍ବା ପୌର କର୍ମଚାରୀଙ୍କୁ ଦେଖିଲେ ହିଁ ମାସ୍କ ପରିଧାନ କରୁଥିବାର ଦେଖିବାକୁ ମିଳିଛି । ସହରରୁ ଏଯାଏଁ କରୋନା ସଂକ୍ରମଣ ସମ୍ପୁର୍ଣ୍ଣ ହଟିନଥିବା ବେଳେ ସହରବାସୀ ଏହାକୁ ଖାତିର ନକଲେ ପୁଣି ଥରେ କରୋନା ସଂକ୍ରମଣ ଲେଉଟିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version