No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଏ-ବର୍ଗରେ ରହିଥିବା ୨୦ଟି ଜିଲ୍ଲାରେ ସିନେମାହଲ , ପାର୍କ, ଜିମ୍, ବିୟୁଟିପାର୍ଲର, ସ୍ପା ଏବଂ ବଡ଼ ବଡ଼ ସେଲୁନକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ହେଲେ ସହରାଂଚଳ ଗୁଡ଼ିକରେ ଗଢି ଉଠିଥିବା ବିୟୁଟିପାର୍ଲର ଗୁଡ଼ିକ ଅଦ୍ୟାବଧି ତାଲା ହଟି ପାରିନାହିଁ । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ୧୫ରୁ ଉର୍ଦ୍ଧ୍ୱ ବିୟୁଟିପାର୍ଲର ରହିଛି । ବ୍ୟୁଟିପାର୍ଲର ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବାରୁ ହଜାର ହଜାର ଟଙ୍କାର ଯନ୍ତ୍ରାଂଶ ଏବଂ ବିଭିନ୍ନ ପ୍ରକାରର ମେକଅପ ପାଇଁ ବ୍ୟବହୃତ କସମେଟିକ ନଷ୍ଟ ହେବାକୁ ବସିଛି ।
ଏହାକୁ ନେଇ ବିୟୁଟିପାର୍ଲର ମାଲିକ ଓ ପରିଚାଳକ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବାହାଘର ସିଜନରେ ବିୟୁଟିପାର୍ଲରର ଚାହିଦା ଅଧିକ ରହିଥାଏ । ହେଲେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ମଇ ମାସ ପହିଲାରୁ ସରକାର ଲକଡ଼ାଉନ ଘୋଷଣା କରିଥିବା ବେଳେ ବିୟୁଟିପାର୍ଲର ବ୍ୟବସାୟ ବେଶ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ବିୟୁଟିପାର୍ଲର ମାଲିକ ମାନେ ଦୁର୍ଦ୍ଦିନରେ କାଳାତିପାତ କରିବା ସହ ଏଭଳି ସମୟରେ ଘର ଭଡ଼ା ଦେବା ମୁସ୍କିଲ ହୋଇପଡ଼ିଛି । ଏପରିକି ବିୟୁଟିପାର୍ଲରରେ କାମ କରୁଥିବା କର୍ମଚାରୀ ମାନେ ରୋଜଗାର ହରାଇ ବସିଛନ୍ତି । କୋଭିଡ଼ ସଂକ୍ରମଣ ହ୍ରାସ ପାଇଥିବା ବେଳେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ରାଜ୍ୟ ସରକାର ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦେଇଥିବା ବେଳେ ବିୟୁଟିପାର୍ଲରକୁ ଅନୁମତି ନଦେବା ଦୁର୍ଭାଗ୍ୟଜନକ । ଏଦିଗରେ ରାଜ୍ୟ ସରକାର ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କଲେ ବିୟୁଟିପାର୍ଲର ମାଲିକ ଓ କର୍ମଚାରୀ ମାନେ ହୋଇପାରନ୍ତେ ବୋଲି ସ୍ଥାନୀୟ ଅଂଚଳର ବହୁ ବିୟୁଟିପାର୍ଲର ମାଲିକ କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result