No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର ) ଭୁବନେଶ୍ୱର ,ରିପୋର୍ଟ – ଅଭିମନ୍ୟୁ :- ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସମ୍ବଳ କରାଇବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଆର୍ଥିକ ସହାୟତାରେ କପଡ଼ା ମାସ୍କ ପ୍ରସ୍ତୁତ କରି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ନିଃଶୁଳ୍କ ରେ ଘରେ ଘରେ ମାସ୍କ ବାଣ୍ଟିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହି ପରିପେକ୍ଷିରେ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ତେଜସ୍ଵୀନି ମିଶନ ଶକ୍ତି ମହିଳା ମହାସଂଘ ଦ୍ଵାରା ପ୍ରସ୍ତୁତ କପଡ଼ା ମାସ୍କ ୱାର୍ଡ ନଂ ୬୪,୬୫, ୬୬,୨୩, ୨୪, ୪୯ ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ତେଜସ୍ଵୀନି ର ସଭାପତି ମହାମାୟା ସ୍ୱାଇଁ, ସମ୍ପାଦିକା ସଂଯୁକ୍ତା ଭୁତିଆ, ପୁର୍ବତନ କର୍ପୋରେଟର ଛବି ଦାସ, ଜ୍ୟୋତ୍ସ୍ନାମୟୀ ଜେନା, ମୁଜାହିଦ୍ ହୁସେନ, ଅଶ୍ୱିନୀ ସୁନ୍ଦରାୟ, ଦିଲ୍ଲୀପ ମାଝୀ, ପ୍ରତାପ ସାହୁ, ସମାଜ ସେବୀ ବର୍କତ୍ତ୍ ତୁଲ୍ଲା, ଅଙ୍ଗନ୍ ୱାଡ଼ି କର୍ମୀ, ଆଶା କର୍ମୀ ଏବଂ ତେଜସ୍ଵୀନି ସଭ୍ୟାମାନେ ଉପସ୍ଥିତ ରହି ଘରେ ଘରେ ମାସ୍କ ବାଣ୍ଟିଥିଲେ ।

No Result
View All Result