No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ହିଞ୍ଜିଳିକାଟୁ :- କୋଭିଡ ମହାମାରୀ ସଂକ୍ରମଣର ମୁକାବିଲା ସକାଶେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରି ପ୍ରତ୍ୟେକଙ୍କ ଅମୂଲ୍ୟ ଜୀବନ ସୁରକ୍ଷା ଦିଗରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି।ସହର ଠାରୁ ପଞ୍ଚାୟତ ସବୁଠାରେ ଆରମ୍ଭ ହୋଇଛି ଟୀକାକରଣ ପାଇଁ ସଚେତନତା ଓ ବ୍ୟାପକ ବ୍ୟବସ୍ଥା।ଦ୍ଵିତୀୟ ଲହରର ସଂକ୍ରମଣ ଦାଉରୁ ପଞ୍ଚାୟତର ଜନ ସାଧାରଣ ଯେଭଳି ସୁରକ୍ଷିତ ରହିବେ ସେଥିପ୍ରତି ହିଞ୍ଜିଳିବ୍ଳକ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ହିଞ୍ଜିଳି ବ୍ଳକ ବିଡିଓ ସୁବ୍ରତ କୁମାର ଜେନା ଅଗ୍ରାଧିକାର ଭିତ୍ତିରେ ପ୍ରତି ପଞ୍ଚାୟତରେ ଟୀକାକରଣ ପ୍ରକ୍ରିୟାକୁ ତ୍ଵରାନ୍ବିତ କରି ପିଇଓ,ଜନ ପ୍ରତିନିଧି ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହଯୋଗରେ କ୍ରିୟାଶୀଳ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ବ୍ଳକର ଚାନ୍ଦୁଲି,ବୁରୁପଡା ଓ ପୋଚିଲିମା ଆଦି ୩ ପଞ୍ଚାୟତରେ ୯୦୭ ଜଣଙ୍କୁ କୋଭାକ୍ସସିନ ଟୀକାଦାନ କରାଯାଇଛି।ଚାନ୍ଦୁଲିରେ ୧୮-୪୪ବର୍ଷ ବୟସର ୨୬୫ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ୩୭,ବୁରୁପଡାରେ ୧୮-୪୪ବର୍ଷ ବୟସର ୧୯୧ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ୬୯ ଜଣ ଓ ପୋଚିଲିମା କେନ୍ଦ୍ରରେ ୧୮-୪୪ବର୍ଷ ବୟସର ୩୩୦ ଜଣ ଓ ୪୫ବର୍ଷରୁ ଉର୍ଦ୍ଧ୍ବ ୧୫ ଙ୍କୁ ଟୀକାକରଣ କରାଯାଇଛି । କରୋନା ଟୀକା ନେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ବୃଦ୍ଧି ପାଉଛି । ପିଇଓ କିଶୋର ଚନ୍ଦ୍ର ସାହୁ,ଲୋକନାଥ ପାଢ଼ୀ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଟୀକାକରଣ କେନ୍ଦ୍ର ଗୁଡ଼ିକୁ ପରିଚାଳନା କରିଥିଲେ । ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ,ଉପାଧ୍ୟକ୍ଷା ଗୀତାଞ୍ଜଳୀ ପଣ୍ଡା,ସରପଞ୍ଚ ଲକ୍ଷ୍ମଣ ଗୌଡ଼,ଅଶୋକ କୁମାର ପଣ୍ଡା, ସୁଧୀର ସ୍ୱାଇଁ, କୈଳାସ ମହାନ୍ତି, ଫକୀର ସାହୁ, ଭି. ରବୀନ୍ଦ୍ର, ପି.ଜୟ, ସ୍ୱାସ୍ଥ୍ୟ କର୍ମଚାରୀ, ଏଏନଏମ, ଜିଆରଏସ ଶିବ ଶଙ୍କର ସ୍ୱାଇଁ, ପ୍ରଶାନ୍ତ କୁମାର ନାହାକ, କୋଭିଡ ମନିଟର, ଆଶା, ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ସହଯୋଗ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result