No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର ) ବରଗଡ଼ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରସର ରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ରେ କେବଳ ମହିଳା ମାନେ ରକ୍ତଦାନ କରିଥିଲେ ।

ମୁଖ୍ଯ ଅତିଥି ରୂପେ ଅତାବିରା ବିଧାୟକା ତଥା ପୁର୍ବତନ ମନ୍ତ୍ରୀ,ରାଜ୍ଯ ବିଜୁ ମହିଳା ଦଳର ସଭାନେତ୍ରି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ।ଏହି ଅବସରରେ ନୁଆଁ ରୂପେ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡ ବ୍ଳକ ଅଧ୍ୟକ୍ଷା ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କରୋନା ମହାମାରୀର ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ ର ବିଶିଷ୍ଟ ସମାଜସେବୀ ଶ୍ରୀମତି ସସ୍ମିତା ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ମହେଶ୍ୱତା ଆଚାର୍ଯ୍ଯ,ଟାଉନ ମହିଳା ସଭାପତି କଳ୍ପନା ମାଝୀ,ଜୟା ବେହେରା,ଟାଉନ ସଭାପତି କିଶୋର ମିଶ୍ର, ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା, ଓଡିଶା ମୋପରିବାର ର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର, ଜୀବନ ବିନ୍ଦୁର ଜିଲ୍ଳା ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result