No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ ବୁଧବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ ଗ୍ରାମ ର ବାସିନ୍ଦା ଜଣାଶୁଣା ସମାଜସେବୀ ତଥା ବିଜେପି ଯୁବ ନେତା ରୋସନ ପାଣିଗ୍ରାହୀ ବରଗଡ଼ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ମାନ ରୋସନ ପାଣିଗ୍ରାହୀ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ପଦବୀ ମିଳିଥିବାରୁ ନିଜେ ଖୁସି ବ୍ୟକ୍ତ କରିବା ସହ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ,ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର,ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ,ଓ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା ଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଶ୍ରୀମାନ ରୋସନ ପାଣିଗ୍ରାହୀ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବା ରୁ ପଦ୍ମପୁର ତଥା ପାଇକମାଲ ଅଞ୍ଚଳରେ ବେଶ ଖୁସି ଲହରୀ ଖେଳିଯାଇଛି । ବିଶେଷ କରି ଯୁବ ମାନଙ୍କୁ ବିଜେପି ଦଳ ରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ରେ ଅନୁପ୍ରାଣିତ କରିବା ରେ ଚେଷ୍ଟିତ ରହିବା ସହ ସଂଗଠନ କୁ ସଦୃଢ କରିବା ରେ ସମସ୍ତ ଙ୍କର ସହଯୋଗ କାମନା କରିଛନ୍ତି ।
ଶ୍ରୀମାନ ରୋସନ ପାଣିଗ୍ରାହୀ ତାଙ୍କ ସହ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ରେ ବିଭିନ୍ନ ପଦପଦବୀରେ ମନୋନୀତ ହୋଇଥିବା ଅନ୍ୟ ମାନଙ୍କୁ ଯଥା ସଭାପତି ଭାବେ ଅମିତ କୁମାର ପଣ୍ଡା,ଉପସଭାପତି ଯୁଧିଷ୍ଠିର ମେହେର,ନିରୋଜ ବାରିକ,ସ୍ଵାଧିନ ମହାପାତ୍ର ,ଦେବାର୍ଚନ ମଲ୍ଲିକ,ସାଧାରଣ ସଂପାଦକ ପରିକ୍ଷିତ ଛତର,କୁନାଲ ପାଣିଗ୍ରାହୀ,ସଂପାଦକ କ୍ରିଷ୍ଣା ପଟେଲ , ଗୋପାଳ ନାୟକ , ସାମନ୍ତ ଶେଖର ମୁନା , ଘନଶ୍ୟାମ ସାହୁ , ବିକ୍ରମ ସେଠ ,ଦିପକ ମିର୍ୱ।ନୀ ପ୍ରମୁଖ ମନୋନୀତ ହୋଇଥିବା ରୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ମାନ ରୋସନ ପାଣିଗ୍ରାହୀ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବା ରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result