No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ ବୁଧବାର) ଇଟାମାଟି :- ବୃକ୍ଷ ହିଁ ଜୀବନ । ବୃକ୍ଷବିନା ଜୀବଜଗତ ଅସମ୍ଭବ । ତେଣୁ ଆସନ୍ତୁ ବୃକ୍ଷ ରୋପଣ କରିବା ,ଗାଁ ଗାଁ ରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ରେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ ସମାରୋହ ମାନ୍ୟବର ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ଏ ସମାରୋହରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି.। ବୃକ୍ଷ ରୋପଣ ଓ ଚାରା ବଣ୍ଟନର ମହତ କାର୍ଯ୍ୟ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ସରପଞ୍ଚ ସୋନାଲିକା ମନ୍ଥନ, ସମିତି ସଭ୍ୟା ବବିତା ରାଣୀ ଜେନା, ପ୍ରାଧ୍ୟାପକ ହରେକୃଷ୍ଣ ସାହୁ, ଅଧ୍ୟାପକ , ସମାଜସେବୀ ଭାଗିରଥି ବାଇ, ଦିଲ୍ଲୀପ କୁମାର ସାହୁ, ପ୍ରଫୁଲ ଜେନା, ଅଜିତ କୁମାର ସାହୁ, ଦାମୋଦର ସାହୁ , ଅମୀୟ ମୋହନ ସାହୁ, ଭାରତୀ ମିଶ୍ର, ଏସ. କେ. ପାତ୍ର ସୁପ୍ରିୟା ମହାପାତ୍ର, ସୁମିତ୍ରା ନାୟକ ପ୍ରଫୁଲ୍ଲ ସାଥୁଆ, ଚନ୍ଦ୍ରମଣି ପ୍ରଧାନ, ତରୁଣ ସେନାପତି, ରମାକାନ୍ତ ତ୍ରିପାଠୀ, ରଙ୍ଗନାଥ ବେହେରା, ଉମେଶ ପଟ୍ଟନାୟକ,ଅନନ୍ତ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକୁ ପରିଚାଳନା କରିଥିଲେ । (ରିପୋଟ -ରାମକୃଷ୍ଣ ରଥ )
No Result
View All Result