No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ ବୁଧବାର) ବରଗଡ଼ :- ବରଗଡ଼ ଜ଼ିଲ୍ଲା ସୋହେଲା ବ୍ଲକର କନଫରେନ୍ସ ହଲ ଠାରେ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଇ ଶକ୍ତି ପ୍ରକଳ୍ପ ର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଂଚାୟତ ସ୍ତରରେ କାମ କରୁଥିବା ଆନିମେଟର ମାନେ ଯୋଗଦାନ କରିଥିଲେ l
ବର୍ତମାନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀ କୁ କିପରି ମଜଭୂତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା l ମହାଶକ୍ତି ଫାଉଣ୍ଡେସନ ରେ ଇଶକ୍ତି ପ୍ରକଳ୍ପ ର ମୁଖ୍ୟ ସୁବୋଧ କୁମାର ସାହୁ ପ୍ରକଳ୍ପ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l
ସାମାଜିକ ଦୂରତା ତଥା ମାସ୍କ ପିନ୍ଧି ସମସ୍ତ ଆନିମେଟର ଯୋଗଦାନ କରିଥିଲେ l ଶେଷରେ ଝୁନୁ ଦାସ ବ୍ଲକ କୋର୍ଡିନେଟର ଇ ଶକ୍ତି ପ୍ରକଳ୍ପ ସୋହେଲା ଧନ୍ୟବାଦ ଅର୍ପଣ କରିଥିଲେ l (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result