No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) ଭୁବନେଶ୍ୱର :- ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ତଥା ଦାରୁ କ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବେଢ଼ା ଭିତରେ କୋଭିଡ଼୍ କଟକଣାରେ ରଥଯାତ୍ରା ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା ।

ପରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସମ୍ପାଦନା କରିଥିଲେ । ପରେ ଠାକୁରଙ୍କୁ ବିଧି ଅନୁଯାୟୀ ପୂଜା ପରେ ମନ୍ଦିର ବେଢ଼ାରେ ରଥ ଗଡ଼ିବା ପରେ ମନ୍ଦିର ପରିସରରେ ଏକ ଠାକୁର ଘରକୁ ଠାକୁରଙ୍କୁ ନିଆଯାଇଥିଲା । ଏହାକୁ ମଧୁସୂଦନ ବିଶ୍ୱାଳ, ଜୀବନଜ୍ୟୋତି ମିଶ୍ର, ସୁଧୀର କୁମାର ମାନସିଂହ, ମହେଶ ପଟ୍ଟନାୟକ, ନୃସିଂହ ପଟ୍ଟନାୟକ ଓ ସଭ୍ୟମାନେ ପରିଚାଳନା କରିଥିଲେ ।
No Result
View All Result