ରଣପୁର NAC (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 4.4.2020 ରିପୋର୍ଟ – ଅଭିମନ୍ୟୁ :- ରଣପୁର NAC ର 11 ନଂ ୱାର୍ଡ ସ୍ଥିତ ମୁସଲିମ ସାହିର ମିରି ଶେର ମୋହମ୍ମଦ ଆଜିକୁ ଦୁଇ ମାସେ ତଳେ ଧାର୍ମିକ କାର୍ଯ୍ୟ ପାଇଁ ବାହାରକୁ ଯାଇଥିଲେ । ଵର୍ତମାନ କରୋନା ବିଭୀଷିକା ଯୋଗୁ ଦିଲ୍ଲୀ ଯାଇଥିବା ମୁସଲମାନ ଭାଇମାନଙ୍କ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ତଦାରଖ କରିବା ବେଳେ ଶେର ମୋହମ୍ମଦ ମୟୁରଭଞ୍ଜ ସ୍ଥିତ ରାଇରଙ୍ଗପୁର ଥାନା ପରିସରରେ ପୋଲିସ ସହାୟତାରେ ଥିବା ପ୍ରକାଶ ପାଇଛି ।
କିନ୍ତୁ କେତେକ ଅସାମାଜିକ ଯୁବକ ଉପରକ୍ତ ଘଟଣା କୁ ନେଇ ମୁସଲମାନ ସାହିର କିଛି ବ୍ୟକ୍ତି ବିଶେଷକୁ ହଇରାଣ ଓ ହରକତ କରିଥିବା ଯୋଗୁଁ ସମାନଙ୍କ ବିରୋଧରେ ଏକ ମାମଲା ରୁଜୁହୋଇଛି । ଉକ୍ତ ମାମଲାର କେସ ନମ୍ବର GR 98/2020 ଅଟେ ଉକ୍ତ ଘଟଣା ଯୋଗୁଁ ରଣପୁରର ସଚେତନ ନାଗରିକ ମାନେ ଏଭଳି ଘଟଣାର ପୁନରାବର୍ତୀ ନହେବାପାଇଁ ଅନୁରୋଧ କରିଛନ୍ତି ।