No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ପାଟଣାଗଡ଼ :- ଆଜି ତା ୧୧/୭ ରବିବାର ଦିନ ୪ ଘଣ୍ଟା ସମୟରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଘମୁଣ୍ଡ କେନ୍ଦ୍ର ର ସି ଆର ସି ସି, ବନମାଳୀ ସାହୁଙ୍କ ସଂଯୋଜନାରେ କେନ୍ଦ୍ରୀୟ ପ୍ରୋସେସର (ଅନ୍ ଲାଇନ୍) ମାଧ୍ୟମରେ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ , ସମସ୍ତ ସି ଆର ସି ସି, ଏମ ଆଈ ଏସ ଆଦିଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବୀରେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ l ସଭାରେ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ପତ୍ର ସଂଖ୍ୟା ୧୨୯/ତା 0୯/0୭/୨୦୨୧ ରେ ଉଲଲିଖିତ ବିଷୟ ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରକୁ ଓ ରାଜ୍ୟ ସ୍ତରକୁ ପ୍ରତିଯୋଗୀ ଚୟନ ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ଆଲୋଚନା ହୋଇଥିଲା l
ସଭାର ପ୍ରାରମ୍ଭରେ ଦମେଇପାଲି ସି ଆର ସି ସି ସୁବାଷ ନାଗ ସ୍ୱାଗତ କରିଥିଲେ l ତେଲେନପାଲି ସି ଆର ସି ସି ଶ୍ରୀପତି କୁମ୍ଭାର ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ l ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବ୍ଲକ ସ୍ତରରୁ କିପରି ସୁଚାରୁ ରୂପେ ଵିଧି ବଦ୍ଧ ଭାବରେ ପ୍ରତିଯୋଗୀ ଚୟନ କରାଯିବ, ସେବିଷୟରେ ସବିଶେଷ ଆଲୋଚନା ହୋଇ ଥିଲା l ଶେଷରେ ଲାଠୋର ସିଆରସିସି କୁଞ୍ଜବିହାରୀ ସରାଫ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l (ଗୋରେଖନାଥ ବରିହା )
No Result
View All Result