No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ପାଟଣାଗଡ଼ :- ଦୀର୍ଘ୧୫ବର୍ଷ ହେବ ସାଇକେଲ ବିଅର କମ୍ପାନୀ ରେ ଇଲେକ୍ଟ୍ରିସିଏନ ଭାବରେ କାର୍ଯ୍ୟ କରି କମ୍ପାନୀ ର ବ୍ୟବସାୟ ରେ ନିଜର ଅବଦାନ ଦେଇଥିଲେ ମୃତ ଶ୍ରମିକ ବିଶ୍ୱନାଥ ହଂସ (୩୫)। ଏବେ ବେସାହାରା ହୋଇଗଲେ ସ୍ତ୍ରୀ ଓ ଦୁଇ ପିଲା । ସେ ହିଁ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତାଙ୍କ ପାଇଁ ଗୋଟିଏ ଗରିବ ପରିବାର ଦୁଃଖେ କଷ୍ଟେ ଚଲିଯାଉଥିଲେ । ଏବେ ଚିନ୍ତାରେ ମୃତକ ପରିବାର । ଜୀବନ ଥିବା ସମୟରେ ଲୋଡ଼ା ଥିଲେ ବିଶ୍ୱନାଥ କିନ୍ତୁ ମରିଗଲା ପରେ ଅଲୋଡ଼ା ହୋଇଗଲେ କମ୍ପାନୀ ମାଲିକଙ୍କ ଠାରେ । କମ୍ପାନୀ ମାଲିକ ଙ୍କ ଅବହେଳା ଯୋଗୁଁ ହିଁ ବିଶ୍ୱନାଥ ର ମୃତ୍ୟ ହେଲା ।

ଏଥିରେ କମ୍ପାନୀ ମାଲିକ ହିଁ ଦାୟୀ ଓ ପୋଲିସ କମ୍ପାନୀ ସହ ସଲା ସୁତୁରାରେ କମ୍ପାନୀ କୁ ଅନୁକମ୍ପା ଦେଖାଉଛି ବୋଲି ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଦାବୀ କରିଛି । କ୍ଷତିପୂରଣ ଦେବାରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରିଛି କମ୍ପାନୀ ମାଲିକ । ପୋଲିସ ର ଅବହେଳା ପ୍ରତିବାଦ ରେ କମ୍ପାନୀ ର ଶ୍ରମିକ ମାରଣ ନୀତି ପ୍ରତିବାଦ ରେ ଆଗାମୀ ଦିନରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଅବଗତ କରେଇବ ।

ଯଦି ମୃତକ ପରିବାର କୁ ଉଚିତ କ୍ଷତିପୂରଣ ଦେବା ରେ କମ୍ପାନୀ ଟାଳଟୁଳ ନୀତି ଓ ଅବହେଳା କଲେ ଆଗାମୀ ଦିନରେ ଆନ୍ଦୋଳନ କରି ନ୍ୟାୟ ଦେବା ପାଇଁ ମୃତକ ପରିବାର କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବଳରାମ ସିଂ ଯାଦବ,ସର୍ଜନ ଯାଦବ, କୁମାର ଯାଦବ, ଦିଲ୍ଲୀପ ଯାଦବ, ଗୋପବନ୍ଧୁ ଯାଦବ, ନିଲମ୍ବର ଯାଦବ, ପ୍ରଭୁ ଯାଦବ, ଦେବରାଜ ଯାଦବ, ବାଳକୃଷ୍ଣ ଯାଦବ, କୋଶଲ କମିଟି ରୁ ଗିରିରାଜ ଭୋଇ, ବନମାଳୀ ନାଏକ, ପ୍ରମୁଖ ଶୋକାକୁଳ ପରିବାର କୁ ସମବେଦନା ଜଣାଇବା ସହ ନ୍ୟାୟ ପାଇବା ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ମୃତକ ପରିବାର ସହ ରହିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ( ଗୋରେଖନାଥ ବରିହା )
No Result
View All Result