ଓଡଗାଁ ବ୍ଲକ ପଞ୍ଚରିଡା ରେଞ୍ଜ ର ଗୋଛା ବିଟରେ କଳାକାରନାମା : କୋଭିଡ ସମୟରେ ଲୋକ ବଦଳରେ କାମକରୁଛି ଜେସିବି ମେସିନ, ତଦନ୍ତ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ନୟାଗଡ :- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ପଞ୍ଚିଡା ରେଞ୍ଜ ର ଗୋଛା ବିଟ୍ ରେ ଫରେଷ୍ଟ ଗାର୍ଡ ଙ୍କ କଳା କାରନାମା ଦେଖିବାକୁ ମିଳିଥିଲା । କରୋନା ମହାମାରି ଯୋଗୁଁ ଲୋକେ ଦୁଇବର୍ଷ ରୁ ଅଧିକ ହେବ କାମ ନପାଇ ଘରେ ବସିଥିବା ବେଳେ ସରକାର ଙ୍କ ପକ୍ଷ ରୁ ଅସହାୟ ଲୋକ ଙ୍କୁ କାମ ଯୋଗେଇ ଦେବା ପାଇଁ ନରେଗା ମାଧ୍ୟମ ରେ କୋଟି କୋଟି ଟଙ୍କା ଅସହାୟ ଙ୍କ ପାଇଁ ଅନୁଦାନ ଦେଇଥିଲେ ମଧ୍ୟ କିଛି ଅମାନସିକ ଅଫିସର ଙ୍କ ପାଇଁ ଆଜି ୟେ ସବୁ ବାଟ ମାରଣା ହେଉଥିବା ଆଜି ଜଳନ୍ତ ଉଦ୍ଧାରଣ ଦେଖିବାକୁ ମିଳିଛି ଗୋଛା ବିଟ୍ ଅଞ୍ଚଳ ରେ ।

ଗୋଛା ଗ୍ରାମ ରେ ପ୍ରାୟ ଚାଳିସି ପଛୁଆ ବର୍ଗ ର ପରିବାର ସବୁ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଆଜି କରୋନା ମହାମାରୀ ତାଙ୍କ ଜୀବିକା ଛଡେଇ ନେଇଯାଇଛି । ଯାହା ଫରେଷ୍ଟ କାମରୁ ଦୁଇ ପଇସା ପାଉଥିଲେ ସେବୀ ତେବେ ବନ୍ଦ ଜେସିବି ରେ କାମ ବନ୍ଦ କରିବା ପାଇଁ ଲୋକ ସରକାର ଙ୍କ ପାଖରେ ଗୁହାରି କରିଛନ୍ତି। ଆଉ ଦୁର୍ନିତୀ ଗ୍ରସ୍ତ ଫରେଷ୍ଟ ଗାର୍ଡ କୁ ମଧ୍ୟ ଚେଞ୍ଜ କରିବା ପାଇଁ ଦାବି ରଖିଛନ୍ତି।

କିଛି କାମ ହେଲେ ସେ କୌଣସି ଠିକାଦର୍ ଙ୍କୁ ଠିକା ଦେଇ କାମ କରୁଥିବା ମଧ୍ୟ ଅଭିଯୋଗ ସିଧା ସଳଖ ଫରେଷ୍ଟ ଗାର୍ଡ ନୀଳମଣି ନାୟକ ଙ୍କ ନାରେ ଆସିଛି । କିଛି ଅସାମାଜିକ ଲୋକ ଙ୍କ ସହ ମିଶି ମଧ୍ୟ ଜଙ୍ଗଲ ଧାନ କୁ ଲୁଟ କରୁଥିବା ଅଭିଯୋଗ ବୁର୍ବରୁ ମଧ୍ୟ ଆସିଥିଲା । ଜେସିବି ରେ କାମ କରି ଅଲଗା ଲୋକଙ୍କ ଆକାଉଣ୍ଟ୍ ଖାତା କୁ ପଇସା ଛାଡ଼ି ଫିଙ୍ଗର ପ୍ରିଣ୍ଟ ମଧ୍ୟମରେ ପଇସା ଉଠାଇ ନେଇଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଏପରି ଦୁର୍ନିତୀ ଗ୍ରସ୍ତ ଅଫିସର ଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ଲୋକ ସରକାର ଙ୍କ ପାଖରେ ଅଭିଯୋଗ ରଖିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ଯଦି କଠୋର ଦଣ୍ଡ ନଦିଅନ୍ତି ତେବେ ଏପରି ଅଫିସର୍ ଙ୍କୁ ସମ୍ଭାଳିବା ଅସମ୍ଭବ ପର ହୋଇଯିବ । (ରିପୋର୍ଟ -ରାମକୃଷ୍ଣ ରଥ )