No Result
View All Result
ଶନିବାର ରଥଖଳା

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର )ପୁରୀ,ରିପୋର୍ଟ /ଅଭିମନ୍ୟୁ ମହାରଣା :- ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ : ୧୯୭ ରଥ ନିର୍ମାଣ ଅଗ୍ରଗତି ତିନିରଥରେ କନା ପଡିବା କାର୍ଯ୍ୟ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି । ତିନିରଥର ଦୁଆର ବେଢାରେ କନା ପଡିଥିଲା ,

ଆଜି ତିନିରଥର ଦୁଆର ବେଢା ଗୁଡିକରେ ରାହୁମୁଖ,କଦଳୀ ଗଛ,ମସ୍ଛ, କଛପ ଏବଂ ମଗର ବତା ର ଦୁଇପାର୍ଶ୍ୱରେ ପିତଳ ମଗର ସହ ଶଙ୍ଖ , ତୂରୀ ବଜାଇବା ମୁଦ୍ରାରେ ପରୀ ପିତଳ ସଜ ମାନ ବସାଯାଇଅଛି ।

ଏଥିସହ ତିନିରଥର କନକ ମୁଣ୍ଡି ରେ ପିତଳ ସଜ ମାନ ଫିଟିଙ୍ଗ କରାଯାଇ ତିନିରଥ ରେ କନା ଅଡିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଆସନ୍ତା କାଲି ତା୧୧.୭.୨୦୨୧ ରବିବାର , ପ୍ରତିପଦ,

ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଓ ସକାଳଧୂପ ନିର୍ଘଣ୍ଟ ପ୍ରକାରେ ସକାଳ ଘ.୮.୩୦ ସମ୍ପନ୍ନ ହୋଇ ଘ.୮.୪୫ ରେ ରଥ କୁ ଆଜ୍ଞା ମାଳ ବିଜେ ନୀତି ପରେ ତିନିରଥର ଚକ ଅଖ ରେ ତୈଳ ଲାଗି ହୋଇ ରଥ ସିଂହ ଦ୍ୱାର ଯିବା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହେବ ।
No Result
View All Result