No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ହିଞ୍ଜିଳିକାଟୁ :-ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ଖବର ସଂଗ୍ରହ କରିବା ସମୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ରାଜ୍ୟର ପ୍ରଥମ କରୋନା ଯୋଦ୍ଧା ସାମ୍ବାଦିକ ତଥା ହିଞ୍ଜିଳିକାଟୁ ପ୍ରେସକ୍ଳବର ପ୍ରାକ୍ତନ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ହିଞ୍ଜିଳିକାଟୁ ପ୍ରେସ କ୍ଳବ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରବିବାର ସ୍ଥାନୀୟ ପୈାରାଞ୍ଚଳ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରେସକ୍ଳବ ସମ୍ପାଦକ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ହରିହର ସାହୁ, ବିଡ଼ିଓ ସୁବ୍ରତ କୁମାର ଜେନା, ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ମୃତ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ଓ ତାଙ୍କରି ଗୁଣକୀର୍ତ୍ତନ କରାଯାଇଥିଲା ।

ମୃତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ଠାରୁ ଉପଖଣ୍ଡ ଚିକିତ୍ସାଳୟ ରାସ୍ତାକୁ ପ୍ରିୟଦର୍ଶୀ ମାର୍ଗ ନାମରେ ନାମିତ କରାଯାଇ ଉତ୍ସର୍ଗ କରାଯାଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ସୁଶାନ୍ତ ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା, ଡମ୍ବୁରୁ ବାହାଦୁର କାର୍କୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ରାଜ୍ୟ ବିଜେପି ଉପ ସଭାପତି ଦେବାନନ୍ଦ ମହାପାତ୍ର,ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାଷ ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗଉଡ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ସରୋଜ ପଣ୍ଡା, କୈଳାଶ ସାବତ, ଶୁସାନ୍ତ ପ୍ରଧାନ, ଟୁଟୁ ମୁନି, ପ୍ରମୋଦ ପଣ୍ଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଜନ ପ୍ରତିନିଧି, ବୁଦ୍ଧିଜୀବି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସାମ୍ବାଦିକ ଶେଷଦେବ ସାହୁ, ବିଭୁପ୍ରସାଦ ପଣ୍ଡା, ବିଶ୍ବମ୍ବର ସାହୁ, ପ୍ୟାରୀମୋହନ ପାଢି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ତ ସାମ୍ବାଦିକ ପରିଚାଳନାରେ ସହଯୋଗ କରିଥିଲେ ।
( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result