No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ହିଂଜିଳିକାଟୁ :- ଶନିବାର ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟଳୟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ହିଞ୍ଜିଳିକାଟୁ ଶାଖାର ୧୧ଟି ମାମଲାର ଶୁଣାଣି କରାଯାଇ ୩ ଲକ୍ଷ ୬୦ ହଜାର ଟଙ୍କା ଓ ସାରୁ ଶାଖାର ଗୋଟିଏ ମାମଲାର ଶୁଣାଣି କରାଯାଇ ୬୦ ହଜାର ମୋଟ ୧୨ ଟି ମାମଲାର ଶୁଣାଣି କରାଯାଇ ୪ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଷ୍ଟେଟ ବ୍ୟାଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ର ଓ ସରକାରୀ ଓକିଲ ପ୍ରମୋଦ କୁମାର ଦଳାଇ ମକଦ୍ଦମା ପରିଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ରହ୍ମପୁର ଆଞ୍ଚଳିକ ପରିଚାଳକ ବସନ୍ତ କୁମାର ସେନାପତି, ହିଞ୍ଜିଳିକାଟୁ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ, ସାରୁ ଶାଖା ପରିଚାଳକ ଶିବାଜୀ ପଟ୍ଟନାୟକ, ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ, ଆଇନଜୀବୀ ଜଗତ ମୋହନ ସାହୁ, ବଂଶୀଧର ସାହୁ, ଶୁସାନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ପଣ୍ଡା, ମହେନ୍ଦ୍ର କୁମାର ପାତ୍ର, ଶାନ୍ତନୁ ପୋଲାଇ, ତ୍ରିମଲ ରାଓ ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।(ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result