ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 3.4.2020 ରିପୋର୍ଟ :– ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୋଖ୍ୟା ୯ଥିବା ବେଳେ ଏବେ ଏହା ୨୦କୁ ବୃଦ୍ଧି ଘଟିଛି । ଯାହା ରାଜ୍ୟରେ ହାହାକାର ସୃଷ୍ଟି କରିଛି । ୨୦ କରୋନା ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବର୍ମିଖାଲରୁ ୩ଜଣ,କଟକରୁ ଜଣେ, ପୁରୀରୁ ଜଣେ, ଯାଜପୁୁରରୁ ଜଣେ ଏବଂ ଭଦ୍ରକ ର ୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ପତ୍ନୀ, ଝିଅଓ ପଡୋଶୀ ସାମିଲ ।
ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି । ଓଡିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜ୍ୟରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକାଳେ କଟକ ବକ୍ସିବଜାରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ଭୁବନେଶ୍ୱରରୁ ୩ ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣ ବମିଖାଲ ଅଞ୍ଚଳର ହୋଇଥିବା ଜଣାପଡିଛି। ଏହା ପରେ ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆହୁରି ୭ ଜଣ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।
ଏମାନଙ୍କ ମଧ୍ୟରେ ସୂର୍ଯ୍ୟନଗର ସଂକ୍ରମିତଙ୍କର ପତ୍ନୀ, ଝିଅ ଓ ପଡୋଶୀ ରହିଛନ୍ତି। ପୁରୀ ଓ ଯାଜପୁରରେ ଜଣେ, ଭଦ୍ରକର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଁଚିଛି । ତେବେ ଭୁବନେଶ୍ୱରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି । କାରଣ ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିଲେ ମଧ୍ୟ ସେ ସଂକ୍ରମିତ ହୋଇଥିଲେ । ଫଳରେ ସୂର୍ଯ୍ୟନଗଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ।
ଏହା ସହ ବର୍ମିଖାଲ ଓ ଝାରପଡା ଅଞ୍ଚଳକୁ ମଧ୍ୟ ସଂପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସଟଡାଉନ କରାଯାଇଛି । ଏହି ସମୟରେ ପ୍ରାୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି ଆଜି ସରକାର କହିଛନ୍ତି ।