No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର )ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା :- ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ , ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ , ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ । ଏହି ଭିତରେ ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି । ଭକ୍ତ ବିନା ଶ୍ରୀମନ୍ଦିର ଖାଁ ଖାଁ ଲାଗୁଥିବାବେଳେ ୧୫ ଦିନ ଧରି ଅଣସର ସେବାରେ ନିୟୋଜିତ ସେବାୟତ ଆଜି ମହାପ୍ରଭୁଙ୍କ ନବଯୌବନ ବେଶରେ ଦେଖି କାନ୍ଦି ପକାଇଛନ୍ତି ।
ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସକ, ସମସ୍ତେ ଭାବବିହ୍ବଳ ହୋଇ ଏକାଠି ଗୀତଗୋବିନ୍ଦ ଗାଇଛନ୍ତି । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପରେ ପ୍ରାୟ ଅଧଘଣ୍ଟା ଧରି ଗୀତଗୋବିନ୍ଦ ଗାଇଥିଲେ ସେବାୟତ। ସାଙ୍ଗରେ ଉପସ୍ଥିତ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ ବିଶାଳ ସିଂହ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବି ଗୀତଗୋବିନ୍ଦ ଗାଇଛନ୍ତି। ପ୍ରାୟ ଅଧଘଣ୍ଟା ଧରି ଗୀତଗୋବିନ୍ଦ ଗାଇବା ପରେ ଫେରିଥିଲେ ପ୍ରଶାସନିକ ଅଧିକାରୀ ଓ ସେବାୟତମାନେ ।
ପରେ ମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ଆଣ୍ଠୁ ମାଡ଼ି ମହାପ୍ରଭୁଙ୍କ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ । ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ନିଜ ଭାବବିହ୍ବଳତା ଗଣମାଧ୍ୟମ ଆଗରେ ବି ପ୍ରକାଶ କରିଛନ୍ତି । ଏକକାଳୀନ ଗୀତଗୋବିନ୍ଦ ଗାଇବାର ଯେଉଁ ଅନୁଭୂତି ଆଣିଥିଲେ, ତାହା ବଖାଣିଛନ୍ତି । ନବଯୌବନ ବେଶ ସୁରୁଖୁରରେ ଶେଷ ହୋଇଥିବାବେଳେ ସମସ୍ତ ସେବାୟତ ବି ଏଥିରେ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି ।
No Result
View All Result