ଶୁକ୍ରବାର ରଥଖଳା

ଓଡ଼ିଶା ତାଜା ନ୍ୟୁଜ୍ (୯ ଜୁଲାଇ,ଶୁକ୍ରବାର) ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା :- ରଥନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ : ୧୯୭ ରଥ ନିର୍ମାଣ ଅଗ୍ରଗତି ଆଜି ତିନିରଥରେ ଶ୍ରୀ ଜୀଉମାନଙ୍କ 'ପ୍ରଭା'ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି । ଏହିସହ ତିନିରଥର 'ଦୁଆର ବେଢା ରେ କନା ପଡିବା ଶେଷ ହେବାସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକରେ ମଗର ପଟି ଅଡିବା ଶେଷ ହୋଇଅଛି ।

ଏଥି ସହ ଦରଜୀ ସେବକ ମାନେ ତିନିରଥ ର ବତା କନା ଗୁଡିକର ଜୋଡଣୀ କାର୍ଯ୍ୟ ଶେଷ କରି ତିନିରଥର ସାରଥୀ ମାନଙ୍କର ପୋଷାକ ନିର୍ମାଣ ମଧ୍ୟ ଶେଷ ଜରିଛନ୍ତି ଏଥିସହ ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି, ଧଳା ଛତି ଓ ଓଲାରରେ କନା ପଡିବା କାର୍ଯ୍ୟ ଦରଜୀ ସେବକ ମାନେ କରୁଛନ୍ତି

ଏଥି ସହ ଦରଜୀ ସେବକ ମାନେ ଶ୍ରୀବିଗ୍ରହମାନଙ୍କ ପାଇଁ ୪ଗୋଟି ବିଜେ ତୁଳି ଏବଂ ଦୁଇଗୋଟି ଶିପର ତୁଳି ପ୍ରସ୍ତୁତ କରି ଛନ୍ତି । ଏଥି ସହ ତିନିରଥର ବ୍ରକ ଗୁଡିକରେ ଲାଗିଥିବା ରବର ମ୍ୟାଟ ରେ ଆବଶ୍ୟକ ମରାମତି ସହ କଣ୍ଟା ପଡିବା କାର୍ଯ୍ୟ ଶେଷ ହୋଇଅଛି ।

ସିଂହାସନ ବେଦି ପାଇଁ ତିନି ରଥର ପ୍ରଭା ଉଠି ଧୂଳି ଦଣ୍ଡାରେ ଲାଗି ଅଛି । କନକ ମୁଣ୍ଡି ଚାନ୍ଦୁଆ, ଉଡା ଚାନ୍ଦୁଆ, ସାରଥୀ ପୋଷାକ ପ୍ରସ୍ତୁତି ସହ ବିଜେ ପାଇଁ ବନାରସୀ ଜରୀ କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଛ ଭାଗ ପାଇଁ ଅପସର ତକିଆ ତିଆରି ଶେଷ ହୋଇଛି ।