No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଭୁବନେଶ୍ୱର :- ସେବା, ତ୍ୟାଗ ଓ ତିତିକ୍ଷାର ଜ୍ଵଳନ୍ତ ପ୍ରତୀକ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧ ବାର୍ଷିକୀ ଓଡିଶା ବିଧାନ ସଭା ପରିସରରେ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଶା ବିଧାନ ସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଓଡିଶାର ଜନମାନସରେ ସେ ଚିରସ୍ମରଣୀୟ ହୋଇ ରହିବେ ଏବଂ ତାଙ୍କର ଆଦର୍ଶ ସଦା ଅନୁକରଣୀୟ ବୋଲି ସେ ପ୍ରକାଶ କରିଥିଲେ । କୃତଜ୍ଞ ଓଡିଆ ଜାତିର ସ୍ମୃତିପଟରେ ସେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ ବୋଲି ମଧ୍ୟ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନ ସଭା ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଧାନ ସଭା ସଚିବ ଶ୍ରୀ ଦାଶରଥି ଶତପଥିଙ୍କ ସମେତ ବିଧାନ ସଭାର ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
No Result
View All Result