No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର )ଖୋର୍ଦ୍ଧା :- ଭାରତର ଜସ୍ବସୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀ ଜି ଗରିବ ଲୋକମାନଙ୍କ ପାଇଁ ୨୬ ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଇଥିଲେ ହେଁ ବିଜେଡି ସରକାର ପ୍ରଶାସନିକ ଅଧିକାରୀ ମାନଙ୍କୁ ହାତବାରିସୀ କରି ନିଜ ଦଳୀୟ ଲୋକଙ୍କୁ ଦେଇ ପ୍ରକୃତ ଗରିବ ଲୋକମାନଙ୍କୁ ଉପେକ୍ଷିତ କରିଛନ୍ତି।ଆବାସ ଯୋଜନାର ଦୁର୍ନୀତିରେ ଲିପ୍ତ ମୁଖ୍ୟ କାର୍ପଟଦାର ଏବଂ ସଂପୃକ୍ତ ଅଧିକାରୀଙ୍କୁ ଦଣ୍ଡ ବିଧାନ ସହ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଯୋଗାଇଦେବା ଦାବିରେ ଆଜି ଜଟଣୀ ବିଜେପିର ଶତାଧିକ ନେତା ଓ କର୍ମୀ ଜଟଣୀ ବ୍ଲକ ସମ୍ମୁଖରେ ଧାରଣା ଦେଇ ସରକାର ବିରୋଧୀ ସ୍ଲୋଗାନ ଦେବାସହ ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ , ରାଜ୍ୟ କାର୍ଯ୍ୟକାରିଣୀର ଯୁବନେତା ସୁରଜ ପାଇକରାୟ,ନାରୀନେତ୍ରୀ ରଶ୍ମି ପଟନାୟକ,ସାଂସଦ ପ୍ରତିନିଧି ରବି ନାରାୟଣ ସ୍ବାଇଁ ପ୍ରମୁଖ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓ ସରୋଜ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ
ଆଜିର ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଜଟଣୀ ବିଜେପିର ସମସ୍ତ ମୋର୍ଚ୍ଚାର ନେତୃତ୍ୱ,ସାଂସଦ ପ୍ରତିନିଧି ଏବଂ କର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ ।
ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ
No Result
View All Result