• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରୀ ଗୋଚର ଓ ପତ୍ରାଲ ଜମିଚାଷରେ ଗୋରୁ ଚରାଇବା ନିଷ୍ପତ୍ତି ନେଲେ ପଲମ ଗ୍ରାମବାସୀ

Proprietor Abhimanyu Maharana by Proprietor Abhimanyu Maharana
July 9, 2021
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ସରକାରୀ ଗୋଚର ଓ ପତ୍ରାଲ ଜମିଚାଷରେ ଗୋରୁ ଚରାଇବା ନିଷ୍ପତ୍ତି ନେଲେ ପଲମ ଗ୍ରାମବାସୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତ ସ୍ଥିତ ପଲମ ମୌଜାରେ ମୋଟ ୭୦୦ ଏକର ସରକାରୀ ଗୋଚର ଓ ପତ୍ରାଲ ଜମି ରହିଛି ।ଯାହାକି ଗ୍ରାମର ଗାଈଗୋରୁ ଚରିବା ପାଇଁ ଉଦ୍ଧିଷ୍ଟ ।କିନ୍ତୁ ଉକ୍ତ ଜମିକୁ ଗ୍ରାମର କେତେକ ଖଳ ପ୍ରକୃତିର ଲୋକେ ଅନେକ ବର୍ଷ ହେଲା ଜବରଦଖଲ କରି ଚାଷ କରି ଆସୁଛନ୍ତି ।ଯାହା ଫଳରେ ଗାଈଗୋରୁ ଚରିବା ପାଇଁ ଜାଗା ନପାଇ ଭୋକରେ ଆଉଟୁ ପାଉଟୁ ହୋଇ ଅସୁବିଧା ଭୋଗୁଥିଲେ ।ଚାଷ ସମୟରେ ଗାଈଗୋରୁ ଚରିବା ପାଇଁ କୌଣସି ଜାଗା ଖାଲିନ ଥିବାରୁ ଚାଷବାସ ଗାଈଗୋରୁ ଖାଇ ମଧ୍ୟ ନଷ୍ଟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନେ ଏହା ବିରୋଧରେ ଏକ କମିଟି କରି ସ୍ଥାନୀୟ ରାଜସ୍ଵ ନିରିକ୍ଷକ ପଲମ ,ନର୍ଲା ତହସିଲଦାର ,କଳାହାଣ୍ଡି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କରିଥିଲେ ।କିନ୍ତୁ ପ୍ରଶାସନ ଏହାକୁ ହାଲୁକା ଭାବେ ଗ୍ରହଣ କରି କେବଳ ସମସ୍ତ ଜମିକୁ ଚିହ୍ନଟ କରି ଦଖଲକାରୀଙ୍କୁ କେତେ ଟଙ୍କାର ଇନକ୍ରୁଜ୍ ରସିଦ୍ କାଟି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିଲେ ।ଯାହାକି ଗ୍ରାମବାସୀଙ୍କୁ ବହୁତ ବାଧିଥିଲା ।

ଏପରି ଭାବରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଜମିରେ ଜବରଦଖଲ ଉଚ୍ଛେଦ ହୋଇନଥିଲା । କେତେକ ଲୋକ ନୈତିକତା ଦୃଷ୍ଟିରୁ ୨ବର୍ଷ ଚାଷ ନ କରି ଜମି ଛାଡିଦେଇଥିଲେ ଏବଂ କେତେକ ଲୋକେ ଦଖଲ କରି ଚାଷ କରୁଥିଲେ । କିନ୍ତୁ ତିନିବର୍ଷ ପରେ ପୁଣିଥରେ ସେହିଜମିରେ ସେହି ଲୋକମାନେ ଦଖଲ କରି ଚାଷ କରିଛନ୍ତି । ଏମିତି ଭାବରେ ଦଖଲ କରି ଚାଷ କରିଛନ୍ତି ଯେ ଗାଈଗୋରୁ ଚରିବା ତ ଦୂରର କଥା ମଣିଷ ଚାଲିଯିବା ପାଇଁ ରାସ୍ତା ମଧ୍ୟ ନାହିଁ । ଏହାକୁ ଗ୍ରାମବାସୀ ମାନେ ମନା କରିବାରୁ ଗ୍ରାମବାସୀଙ୍କୁ ଦଖଲକାରୀ ମାନେ ଗାଳି ଗୁଲଜ କରି ଝଗଡା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଲମ ସରପଞ୍ଚଙ୍କ ସ୍ଵାମୀ ଶ୍ରୀ ବେଣୁଧର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜନ କରି ଏହାର ତର୍ଜମା କରାଯାଇ ପରିଶେଷରେ ଉକ୍ତ ଦଖଲ ହୋଇ ଚାଷ ହେଉଥିବା ସରକାର ଗୋଚର ଓ ପତ୍ରାଲ ଜମିରେ ହଳ ଓ ଗାଈଗୋରୁ ପଶାଇ ଚରାଇବାର ନିଷ୍ପତ୍ତି ନେଇ ସର୍ବସମ୍ମତ୍ତି କ୍ରମେ ଗୃହିତ କରାଯାଇ କଳାହାଣ୍ଡି ଜିଲ୍ଲାପାଳ ,ନର୍ଲା ତହସିଲଦାର ,ପଲମ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଓ ପଲମ ରାଜସ୍ଵ ନୀରିକ୍ଷକଙ୍କୁ ଭେଟି ଏକ ଏକ ଦାବିପତ୍ର ଦେବାପାଇଁ ସ୍ଥିର ହୋଇଥିଲା ।

ପରେ ଗ୍ରାମବାସୀ ମାନେ ପଲମ ଫାଣ୍ଡିକୁ ଯାଇ ଏ ଏସ୍ ଆଇ ଶ୍ରୀ ଅସିତ୍ କୁମାର ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ । ଏଥିରେ ପଲମ ଗ୍ରା/ପ ସମିତି ସଭ୍ୟାଙ୍କ ସ୍ଵାମୀ ଶ୍ରୀ ବୈଲୁଚନ ମାଝୀ ,ପୂର୍ବତନ ସରପଞ୍ଚ ଶ୍ରୀ ମହେନ୍ଦ୍ର କୁମାର ଭୋଇ ,ପୂର୍ବତନ ସମିତି ସଭ୍ୟ ଶ୍ରୀ ପୁରୁନ୍ଦର ସାହୁ ,ଶ୍ରୀ ନଟବର ସାହୁ ,ଶ୍ରୀ ବୈଦ୍ୟନାଥ ମାଝୀ ,ଶ୍ରୀ ହେମରାଜ ମାଝୀ ,ଶ୍ରୀ ସୁକରଧନ ସାହୁ ,ଶ୍ରୀ ଜଗନ୍ନାଥ ସାହୁଙ୍କ ସମେତ ଗ୍ରାମର ବହୁମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀମାନେ ଯୋଗଦେଇଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version