No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ବଜାଜ୍ ଇଲେକ୍ଟ୍ରିକାଲ୍ସ ଏହାର ଅଭିନବ ସମାଧାନକୁ ବ୍ୟବହାର କରି ଦେଶର ଅନେକ ସହର କେନ୍ଦ୍ର ଓ ଐତିହ୍ୟ ସ୍ଥଳର ଉଜ୍ଜ୍ୱଳତାକୁ ଫେରାଇ ଆଣୁଛି । ଓଡ଼ିଶାର ଉପକୂଳ ଅଞ୍ଚଳରେ ଥିବା ଜିଲ୍ଲା କେନ୍ଦ୍ରାପଡ଼ାରେ ବଜାଜ୍ ଇଲେକ୍ଟ୍ରିକାଲ୍ ସହରର ମେନ୍ ରୋଡ୍ରେ ଡେକୋରେଟିଭ୍ ଖୁଣ୍ଟ ସହିତ ଏଲ୍ଇଡି ଲାଇଟ୍ ଭଳି ସ୍ମାର୍ଟ ସମାଧାନକୁ ବ୍ୟବହାର କରି ସେହି ଅଞ୍ଚଳକୁ ପ୍ରଜ୍ୱଳିତ କରିଛି । ବିଡ୍ରେ ବିଜୟୀ ହେବା ଠାରୁ ଆରମ୍ଭ କରି ଷ୍ଟ୍ରିଟ୍ ଲାଇଟ୍କୁ ଆଲୋକିତ କରିବା ପର୍ଯ୍ୟନ୍ତ ଅନେକ ଆହ୍ୱାନ ଦେଖାଦେଇଥିଲା । ମାତ୍ର କମ୍ପାନିର ଟିମ୍ ସଫଳତାର ସହିତ ଟେଣ୍ଡର୍ର ସମସ୍ତ ଆବଶ୍ୟକତାକୁ ପୂରଣ କରି ବିଡ୍ ହାସଲ କରିଥିଲେ । ନିର୍ଧାରିତ ସମୟରେ ଆଲୋକ ଲଗାଇବା କାର୍ଯ୍ୟ ଶେଷ ହୋଇଥିଲା । ଅନେକ ଆହ୍ୱାନର ସାମ୍ନା କରିବା ସତ୍ୱେ ଟିମ୍ ଯେଉଁଭଳି କାର୍ଯ୍ୟ କରିଛି ତାହା ପ୍ରଶଂସାଯୋଗ୍ୟ । ଟେଣ୍ଡର୍ରେ ଥିବା ସମସ୍ତ ଆବଶ୍ୟକତାକୁ ବଜାଜ୍ ଇଲେକ୍ଟ୍ରିକାଲ୍ ପୂରଣ କରିଥିଲା ଏବଂ ପ୍ରକଳ୍ପକୁ ଶେଷ କରିଥିଲା ।
ଏହି ଉଲ୍ଲେଖନୀୟ କାର୍ଯ୍ୟର ସଫଳତାର ପ୍ରମାଣ ହେଉଛି ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ୍ ବ୍ୟାପକ କ୍ଷୟ କ୍ଷତି କରିଥିଲେ ମଧ୍ୟ କମ୍ପାନି ଲଗାଇଥିବା ଗୋଟିଏ ବି ବିଦ୍ୟୁତ୍ ଖୁଣ୍ଟ କିମ୍ବା ଲାଇଟ୍ ପ୍ରଭାବିତ ହୋଇନଥିଲା । ଆଲୋକ କ୍ଷେତ୍ରର ଅଗ୍ରଣୀ କଂପାନି ଭାବେ ବଜାଜ୍ ଇଲେକ୍ଟ୍ରିକାଲ୍ସ ନିରନ୍ତର ଭାବେ ଅନିଭବ ଉତ୍ପାଦ ସୃଷ୍ଟି କରୁଛି ଓ ଭିତ୍ତିଭୂମି ପ୍ରକଳ୍ପ ଲାଗି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମାଧାନ ପ୍ରଦାନ କରୁଛି । କମ୍ପାନିର ସମାଧାନ କେବଳ ଶ୍ରେଷ୍ଠ କାର୍ଯ୍ୟକାରିତା ଓ ଦକ୍ଷତା ପ୍ରଦାନ କରିନାହିଁ ବରଂ ଅତୁଳନୀୟ ସୌନ୍ଦର୍ଯ୍ୟ ମଧ୍ୟ ପ୍ରଦାନ କରିଛି । ବଜାଜ୍ ଇଲେକ୍ଟ୍ରିକାଲ୍ସ ପକ୍ଷରୁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ସାରା ଦେଶର ଅନେକ ଆହ୍ୱାନପୂର୍ଣ୍ଣ ଢାଞ୍ଚା ଓ ରାସ୍ତାକୁ ଆଲୋକିତ କରାଯାଇଛି । ସଂପ୍ରତି, ସ୍ମାର୍ଟ ଆଲୋକ ହେଉଛି ସହରାଞ୍ଚଳ ବିକାଣର ସବୁଠୁ ଉଦୀୟମାନ ଉପାଦାନ । ଭଲ ଭାବେ ଆଲୋକିତ ରାସ୍ତା ଓ ସ୍ଥାପତ୍ୟ ଦେଖିବାକୁ ଭଲ ଲାଗେ ଓ ତାହା ସହର ପ୍ରତି ସକାରାତ୍ମକ ଭାବନା ସୃଷ୍ଟି କରେ । ଯେତେବେଳେ ଏକ ସହର ନିଜ ନାଗରିକମାନଙ୍କ ଭିତରେ ବିଶ୍ୱାସର ଭାବ ଜାଗ୍ରତ କରେ ସେତେବେଳେ ସାମଗ୍ରିକ ଗୋଷ୍ଠୀ ବିକାଶ ହୋଇଥାଏ । ଏକ ସମୟରେ ଭିତ୍ତିଭୂମି ଓ ଐତିହ୍ୟକୁ ଆଲୋକିତ କରି ବଜାଜ୍ ଇଲେକ୍ଟ୍ରିକାଲ୍ସ ନାଗରିକମାନଙ୍କୁ ଉଜ୍ୱଳ ଭାରତ ସହ ଯୋଡ଼ୁଛି ।
No Result
View All Result