No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ବାଲିଗୁଡା : – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟ ରେ ବିନା ଭକ୍ତରେ ହେବ ରଥଯାତ୍ରା। ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କେବଳ ସେବାୟତ ମାନଙ୍କୁ ନେଇ ରୀତିନୀତି ଅନୁଯାୟୀ ଅସ୍ଥାୟୀ ମଣ୍ଡପ ରେ ଯାତ୍ରା ପାଳନ ହେବା ପାଇଁ ଆଲୋଚନା ହୋଇଥିଲା ।
ଏହି ବୈଠକ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଦସ୍ୟ ମଧୁସୂଦନ ଦାସ, ଲୋକନାଥ ପାଢ଼ୀ, ଶ୍ରୀନିବାସ ଦୋରା ସମେତ ବିଡିଓ ଡ଼.ଜଗଦିଶ ଷଢଙ୍ଗୀ ,ତହସିଲଦାର ଶଶାଙ୍କ ଶେଖର ପାତ୍ର, ଡିଏସପି ସ୍ୱରାଜ ଦେବତା ପ୍ରମୁଖ ବିଭିନ୍ନ ଅଫିସର ମାନେ ଉପସ୍ଥିତ ଥିଲେ। କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଉପଜିଲ୍ଲାପଳ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result