ଗୋପର (ଓଡିଶା ତାଜାନ୍ୟୁଜ୍ ) ଗୋପର 2.4.2020 ରିପୋର୍ଟ :- ଗୋପର ବ୍ୟବସାୟୀ ଭାଇମାନଙ୍କୁ ବାରମ୍ବାର କହିବାରୁ ନ ମାନିବାରୁ ଆଜି ନିଜ ନିର୍ବାଚନମଣ୍ଡଳୀର ବିଧାୟକ ଓ ମନ୍ତ୍ରୀ ସମୀର ରଂଜନ ଦାସ ଅଚାନକ ଗୋପ ବଜାରରେ ପହଂଚି ସେ ବ୍ୟବସାୟୀ ଭାଇ ମାନଙ୍କ ସହିତ ଆଗ ଆଲୋଚନା କରିଥିଲେ । ବ୍ୟବସାୟୀ ଭାଇ ମାନଙ୍କ ଠାରୁ କିଛି ସୁଫଳ ନମିଳିବାରୁ ଓ ବ୍ୟବସାୟୀ ମାନେ ନମାନିବାରୁ ଗୋପର ଥାନା ଅଧିକାରୀ ସୁଧୀର କୁମାର ସାହୁ, ତହସିଲଦାର ପୃଥ୍ୱିରାଜ ମଣ୍ଡଳ ଓ ବିଡିଓ ଦିପ୍ତିରାଣୀ ଦାସଙ୍କ ସହିତ ଆଲୋଚନା କରି ତୁରନ୍ତ ପରିବା ଦୋକାନ ଗୁଡିକୁ ଅସ୍ଥାୟୀ ଭାବେ ଗୋପ କୁଶଭଦ୍ର୍ରା
ନଦୀ ପଠାରେ ଥିବା ମେଳଣ ପଡିଆକୁ ସ୍ଥାନାନ୍ତରିତ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ତହସିଲଦାର ଓ ଥାନାଅଧିକାରି ସମସ୍ତ ବ୍ୟବସାୟୀମାନଙ୍କୁ ଏ ସମ୍ପର୍କରେ କହିବା ପରେ ବାଧ୍ୟ ହୋଇ ନଦୀପଠାକୁ ନିଜର ବ୍ୟବସାୟକୁ ସ୍ଥାନାନ୍ତର କରିଥିଲେ । ପରେ ନାଗପୁର ବଜାର ମଧ୍ୟ ଅସମ୍ଭାଳ ଅବସ୍ଥାକୁ ଆସିବା ପରେ ସେଠାରେ ମଧ୍ୟ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରିବାକୁ ସ୍ଥିର କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହା ପରେ ମନ୍ତ୍ରୀ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଗୋପ ବଜାର ଠାରେ ରହିବା ସମୟରେ ଆଲୋଚନା କରିବା ପରେ ଦୁଇଟି ବଜାରର ସମୟ ସ୍ଥିର କରିଥିଲେ ।