No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ବାଲିଗୁଡା : – କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ବ୍ଲକ୍ ସମ୍ମୁଖରେ ଦିନ ଦ୍ୱିପହରରେ ଲୁଟ୍ । ବଜାର ଉପରେ ବାଇକ୍ ରଖି ଗ୍ୟାରେଜକୁ ଯାଇଥିବା ବେଳେ ବ୍ଲ୍ୟୁ ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ସିର୍ତ୍ତିଗୁଡା ଗ୍ରିଡ୍ ସୁପରଭାଇଜର ନରେଶ ଜେନାଙ୍କ ଡିକି ଭାଙ୍ଗି ୧୬୫୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ କ.ନୂଆଗାଁ ଥାନାରେ ଏତଲା ହେବାପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଗ୍ରୀଡ୍ର ଠିକାଦାର ନରେଶ ଜେନା କର୍ମଚାରୀଙ୍କୁ ପାରିଶ୍ରମିକ ଦେବାପାଇଁ କ.ନୂଆଗାଁ ଏସବିଆଇ ବ୍ୟାଙ୍କ୍ରୁ ୪୬,୫୦୦ (ଛୟାଳସି ହଜାର ପାଞ୍ଚଶହ) ଟଙ୍କା ଉଠାଇଥିଲେ । ଏହାପରେ କ.ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଗ୍ୟାରେଜରୁ ପୋଡ଼ା ମୋବିଲ୍ ସଂଗ୍ରହ କରିବାକୁ ଯାଇଥିବା ବେଳେ ପିଛାକରି ହଠାତ୍ ଏକ ବ୍ଲ୍ୟୁ ପଲସରରେ ଦୁଇଜଣ ଲୁଟେରା ଆସି ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ଠିକାଦାର ଜଣକ ମୋଟରସାଇକେଲ ନିକଟକୁ ଦୌଡ଼ି ଆସି ସାହାସର ସହ ଲୁଟେରାଙ୍କ ସହ ଲଢେଇ କରିଥିଲେ ।
ହେଲେ ମୁଳ ଟଙ୍କାରୁ ଲୁଟେରା ୧୬୫୦୦ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି । ଏଥିସହିତ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଥିବା ବିଷୟ କ.ନୂଆଗାଁ ପୋଲିସ୍ ପ୍ରକାଶ କରିଛି ।
(ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ )
No Result
View All Result