No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଦ୍ୱିତୀୟ ଲହରରୁ ଆମେ ଧୀରେ ଧୀରେ କିନ୍ତୁ ଦ୍ରୁତ ଗତିରେ ସୁଧାର ହାସଲ କରୁଥିବା ବେଳେ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଲାଗି ରଥଯାତ୍ରା ଭଳି ପବିତ୍ର ଅବସର ଆସିଛି ଓ ଆଗକୁ ଉତ୍ତମ ସମୟ ଆସୁଥିବାର ପ୍ରତିଶ୍ରୁତି ଆଣିଛି । ମହାପ୍ରଭୁ ଜଗନ୍ନାଥଙ୍କ ଦୈବିକ ଗୌରବକୁ ପାଳନ କରିବା ଏବଂ ପରିବାର ସହିତ ସୁରକ୍ଷିତ ରହି ଏହି ଉତ୍ସବରେ ସାମିଲ ହେବା ଲାଗି ଭାରତର ସବୁଠୁ ବିଶ୍ୱାସନୀୟ ଗହଣା ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଏହି ଅବସରରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାର-ରାଜାଧୀରାଜକୁ ଉନ୍ମୋଚନ କରାଯାଇଛି । ଏହି ସମ୍ଭାରକୁ ଶ୍ରୀଯୁକ୍ତ ଅମିତ ଧରାପ, ଆଂଚଳିକ ବ୍ୟବସାୟ ମୁଖ୍ୟ, ପୂର୍ବ-ଟାଇଟାନ୍ କଂପାନି ଲିମିଟେଡ୍ ଓ ଶ୍ରୀଯୁକ୍ତ ଅନିର୍ବାଣ ବାନାର୍ଜୀ, ଆଂଚଳିକ ବ୍ୟବସାୟ ପ୍ରବନ୍ଧକ, ପୂର୍ବ, ତନିସ୍କଙ୍କ ଉପସ୍ଥିତିରେ ହୋଟେଲ୍ ସ୍ୱସ୍ତି ଗ୍ରାଣ୍ଡ୍, ୟୁନିଟ୍-୩, ୧୦୩, ଜନପଥ ରୋଡ୍, ରେଳ ଷ୍ଟେସନ୍ ପାଖ, ମାଷ୍ଟର କ୍ୟାଂଟିନ୍ ଅଂଚଳ, ଖାରବେଳ ନଗର, ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧ରେ ଉନ୍ମୋଚନ କରାଯାଇଛି । ଗ୍ରାହକମାନଙ୍କ ଲାଗି ଏହି ଅବସରକୁ ଉତ୍ସାହଜନକ କରିବା ଲାଗି ତନିସ୍କ ପକ୍ଷରୁ ଏହି ରଥଯାତ୍ରାରେ ସ୍ୱତନ୍ତ୍ର ଅଫର୍ ଘୋଷଣା କରାଯାଇଛି । ତନିସ୍କ ପକ୍ଷରୁ ହୀରା ଗହଣାର ମୂଲ୍ୟ ଓ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର୍ ଓଡ଼ିଶାର ସମସ୍ତ ତନିସ୍କ ଷ୍ଟୋର୍ରେ ବୈଧ ରହିବ । କେବଳ ସୀମିତ ସମୟ ପାଇଁ ଏହି ଅଫର୍ ବୈଧ ରହିବ ।

ପ୍ରବୀଣ କାରିଗର ଯେଉଁମାନେ ଏହି ଦୈବିକ ଗହଣାଗୁଡ଼ିକୁ ତିଆରି କରିବା ଲାଗି ସେମାନଙ୍କ ହୃଦୟ ଓ ଆତ୍ମା ଉତ୍ସର୍ଗ କରିଛନ୍ତି ସେମାନଙ୍କ ଦ୍ୱାରା ତିଆରି ପେଣ୍ଡାଂଟ୍ ଓ ରିଙ୍ଗ୍ର ସ୍ୱତନ୍ତ୍ର ସମ୍ଭାର ଜରିଆରେ ମହାପ୍ରଭୁ ଜଗନ୍ନାଥକୁ ତନିସ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାକୁ ଲକ୍ଷ୍ୟ ରଖିଛି । ହାତରେ ତିଆରି କରିବା ଓ ଏହା ପରେ ଏନାମେଲ୍ କାର୍ଯ୍ୟରେ ତାହାକୁ ଚମକାଇବା ସହ ଏହି ଗହଣା ଖଣ୍ଡଗୁଡ଼ିକ ହେଉଛି ଶ୍ରଦ୍ଧା ଭାବର ପ୍ରତିଫଳନ । ତନିସ୍କର ଏହି ସଦ୍ୟତମ ଗହଣା ସମ୍ଭାର-ରାଜାଧୀରାରେ ଥିବା ପେଣ୍ଡାଂଟ୍ ଓ ରିଙ୍ଗ୍, ଯାହାକୁ ସ୍ୱତନ୍ତ୍ର ଭାବେ ରଥଯାତ୍ରା ପରିପ୍ରେକ୍ଷୀରେ ପ୍ରସ୍ତୁତ କରାଯାଇଛି ତାହା ଜରିଆରେ ଗ୍ରାହକମାନେ ନିଜର ଶ୍ରଦ୍ଧାକୁ ହୃଦୟ ପାଖରେ ରଖିପାରିବେ । ଏହି ନୂତନ ଉତ୍ପାଦ ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଅଭିଶେକ ରସ୍ତୋଗୀ, ମୁଖ୍ୟ-ଡିଜାଇନ୍, ଗହଣା ଡିଭିଜନ୍, ଟାଇଟାନ୍ କଂପାନି ଲିମିଟେଡ୍ କହିଛନ୍ତି ଯେ, “ଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠୁ ଶ୍ରଦ୍ଧେୟ ଓ ଏହି ଉତ୍ସବକୁ ପୂରାଣ ସମୟରୁ ଶ୍ରଦ୍ଧାଳୁମାନେ ପାଳନ କରୁଛନ୍ତି । ଏହା ବିଶ୍ୱାସ ରହିଛି ଯେ ଭଗବାନ ବିଷ୍ଣୁ ପ୍ରଭୁ ଜଗନ୍ନାଥଙ୍କ ରୂପରେ ଅବତାର ଗ୍ରହଣ କରିଛନ୍ତି ଓ କଳିଯୁଗରେ ପୃଥିବୀକୁ ସୁରକ୍ଷା ଦେବା ଲାଗି ଧରାପୃଷ୍ଠକୁ ଆସିଛନ୍ତି । ଏହି ଭଳି ଆହ୍ୱାନପୂର୍ଣ୍ଣ ସମୟର ରଥଯାତ୍ରା ଭାଗ୍ୟ, ନୂଆ ଆରମ୍ଭ ଓ ସୌଭାଗ୍ୟର ଦୂତ ଭାବେ ଆସିଛି ।’’ ଏହି କଠିନ ସମୟରେ ଆମେ ଯେଉଁ ସ୍ଥିତି ଦେଇ ଗତି କରୁଛେ ଦୃଢ଼ ଆଧ୍ୟାତ୍ମିକ ସଂଯୋଗ ଓ ଶକ୍ତିରେ ଆମେ ତାହାକୁ ଅତିକ୍ରମ କରିପାରିବା ଯାହାକୁ ତନିସ୍କର ନୂତନ ଭାବେ ଉପସ୍ଥାପିତ ପେଣ୍ଡାଂଟ୍ରେ ପ୍ରବେଶ କରାଯାଇଛି ଯାହା ଆମକୁ ଏହି କଠିନ ସମୟକୁ ଅତିକ୍ରମ କରିବାରେ ସହାୟକ ହେବ । ଏହି ନୂଆ ପେଣ୍ଡାଂଟ୍ଗୁଡ଼ିକୁ ୨୨ କ୍ୟାରେଟ୍ ସୁନାରେ ଡିଜାଇନ୍ କରାଯାଇଛି ଯାହା ହେଉଛି ସୁରକ୍ଷା ଓ ସୌଭାଗ୍ୟର ଶକ୍ତିଶାଳୀ ଲେଖା ଓ ଏହାକୁ ପବିତ୍ର ଓ ଆହରଣର ଏକ ଉପଯୁକ୍ତ ସଙ୍କେତରେ ପରିଣତ କରିଛି ।’’ ଓଡ଼ିଶା ବଜାରରେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲାଗି ବ୍ରାଣ୍ଡ୍ ତରଫରୁ ଓଡ଼ିଶା ପାଇଁ ଓଡ଼ିଆ ସେଲିବ୍ରିଟି ପ୍ରକୃତି ମିଶ୍ରଙ୍କୁ ତନିସ୍କର ଚେହେରା ଭାବେ ଘୋଷଣା କରାଯାଇଛି । ଓଡ଼ିଶାରେ ବ୍ରାଣ୍ଡ୍ ଏକ ନୂଆ ଯାତ୍ରାରେ ବାହାରିଥିବା ବେଳେ ତାଙ୍କ ସୌନ୍ଦର୍ଯ୍ୟ ଓ ଲାଳିତ୍ୟ ଏଥିପାଇଁ ଠିକ୍ ଭାବେ ଖାପଖାଇବ ।

ଏହି ସହଯୋଗିତାର ଅଂଶସ୍ୱରୂପ ରଥଯାତ୍ରା ସମ୍ଭାରରୁ ଆରମ୍ଭ ହୋଇ ପ୍ରକୃତିଙ୍କୁ କଂପାନି ସମସ୍ତ ବିଜ୍ଞାପନ ଅଭିଯାନ, ପ୍ରିଂଟ୍, ଆଉଟ୍ଡୋର୍ ଓ ଟିଭିସିରେ ଦେଖିବାକୁ ମିଳିବ । ଭାରତର ସବୁଠୁ ବିଶ୍ୱାସନୀୟ ଜୁଏଲାରି ବ୍ରାଣ୍ଡ୍ ଟାଟାର ତନିସ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ୨୧୬ ସହରରେ ଥିବା ୩୫୬ ଷ୍ଟୋର୍ର ବିଶ।।ଳ ରିଟେଲ୍ ନେଟ୍ୱର୍କକୁ ପୁନର୍ବାର ଖୋଲିବା ବିଷୟରେ ଘୋଷଣା କରାଯାଇଛି । ଦେଶର ଦ୍ୱିତୀୟ ଲକ୍ଡାଉନ୍ରୁ ବାହାରୁ ଥିବା ବେଳେ ଅଣ-ଅତ୍ୟାବଶ୍ୟକ ରିଟେଲ୍ ବ୍ୟବସାୟ ପାଇ ଲମ୍ବା ସମୟ ଅପେକ୍ଷା କରିବା ସହ ତନିସ୍କ ପକ୍ଷରୁ ଗ୍ରାହକ, କର୍ମଚାରୀ ଏବଂ କାରିଗର ସମ୍ପ୍ରଦାୟର ବିଶାଳ ବ୍ୟବସ୍ଥା ଆଦି ସମସ୍ତ ଅଂଶୀଦାରଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ସୁରକ୍ଷା ପ୍ରତି ତନିସ୍କ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ସମସ୍ତ ଟଚ୍ପଏଂଟ୍ରେ ଗ୍ରାହକମାନଙ୍କ ପାଇଁ ସପିଙ୍ଗ୍ ଅନୁଭୂତିକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ କରିବାକୁ ନିଶ୍ଚିତ କରିବା ଲାଗି ତନିସ୍କ ପକ୍ଷରୁ ନୂଆ ସୁରକ୍ଷା ମାନକ ଘୋଷଣା କରାଯାଇଛି । ଏହାର “ଗୋଲ୍ଡ ଷ୍ଟାଣ୍ଡାର୍ଡ ୨.୦’ ସୁରକ୍ଷା କାର୍ଯ୍ୟକ୍ରମ ଯାହା ସବୁ ଷ୍ଟୋର୍ରେ ସୁରକ୍ଷା ପ୍ରୋଟୋକଲ୍ର ସର୍ବୋଚ୍ଚ ସ୍ତରକୁ ଉପସ୍ଥାପନ କରୁଛି । ତନିସ୍କ ପକ୍ଷରୁ ଗଭୀରଭାବେ ସଫା କରିବା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଭୂତାଣୁ ଓ ଜୀବାଣୁ ନଷ୍ଟ କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିର ଏୟାର୍ ପ୍ୟୁରିଫାୟର୍ ମୂତୟନ କରାଯାଇଛି ।

ଷ୍ଟୋର୍ ଭିତରେ ରହୁଥିବା କର୍ମଚାରୀ ଓ ଗ୍ରାହକମାନଙ୍କ ପାଇଁ କଂପାନି ଡବଲ୍ ମାସ୍କ / ଏନ୍-୯୫ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି, ଅତ୍ୟାଧୁନିକ ଜୋତା ସାନିଟାଇଜ୍ କରିବା ମ୍ୟାଟ୍ ରଖାଯାଇଛି ଓ ପଲ୍ସ ଅକ୍ସିମିଟର୍ ବ୍ୟବହାର କରିବା ଲାଗି ଉତ୍ସାହିତ କରାଯାଉଛି ଓ ଗହଣା ଏବଂ ଗ୍ରାହକମାନଙ୍କ ବ୍ୟକ୍ତିଗତ ସାମଗ୍ରୀ ଯଥା ୱାଲେଟ୍, ଚାବି ଆଦିକୁ ସାନିଟାଇଜ୍ କରିବା ଲାଗି ୟୁଭିସି ଚାମ୍ବର୍ ରହିଛି । ତନିସ୍କ ଓଡ଼ିଶାରେ ଏହାର ସମସ୍ତ ରିଟେଲ୍ ଆଉଟ୍ଲେଟ୍କୁ ପୁନର୍ବାର ଖୋଲିଛି ଓ ଖୋଲାଯାଇଥିବା ସମସ୍ତ ଷ୍ଟୋର୍ର ରିଟେଲ୍ ଷ୍ଟାଫ୍ମାନଙ୍କ ଟିକାକରଣ କରିିଛି । ଷ୍ଟୋର୍ର ଆକାର ଓ ଷ୍ଟୋର୍ରେ ଥିବା ରିଟେଲ୍ ଷ୍ଟାଫ୍ଙ୍କ ଉପସ୍ଥିତି ଅନୁସାରେ ଯେକୌଣସି ସମୟରେ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ଭିରତକୁ ପ୍ରବେଶ ଅନୁମତି ଦିଆଯାଉଛି । ଗୋଲ୍ଡ ଷ୍ଟାଣ୍ଡାର୍ଡ ସୁରକ୍ଷା ୨୦୨୦ ପ୍ରାରମ୍ଭରେ ତନିସ୍କ ଗ୍ରାହକ ଓ କର୍ମଚାରୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ “ଗୋଲ୍ଡ ଷ୍ଟାଣ୍ଡା’ ଇ-ବୁକ୍କୁ ଉନ୍ମୋଚନ କରାଯାଇଥିଲା । ଏଥିରେ ସମସ୍ତ ଷ୍ଟାଫ୍, ଟଚ୍ପଏଂଟ୍କୁ ସାମିଲ କରାଯାଇଥିଲା ଯେଉଁଥିରେ ସ୍ପର୍ଶବିହୀନ ଓ ସୁବିଧାଜନକ ସପିଙ୍ଗ୍ ବିକଳ୍ପ ଭଳି ଏକାଧିକ ସୁରକ୍ଷା ବ୍ୟବସ୍ଥା ରହିଛି ।
No Result
View All Result