ଓଡ଼ିଶାର ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର, (ଓଡିଶା ତାଜାନ୍ୟୁଜ୍ ) ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତ 2.4.2020 ରିପୋର୍ଟ :- ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରୋଗୀ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ପଞ୍ଚମ ସଂକ୍ରମିତ ଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ହେଲେ ତାଙ୍କର ରକ୍ତ ନମୂନା ଓ ସ୍ଵାବର ପରୀକ୍ଷଣ ପରେ ରିପୋର୍ଟରେ କରୋନା ପଜିଟିଭ୍ ଜଣା ପଡିଛି । ତାଙ୍କର ବିଦେଶ ଗସ୍ତ ସଂପର୍କିତ ବିବରଣୀ କିମ୍ବା ରାଜ୍ୟ ବାହାରକୁ ସେ ଯାଇଛନ୍ତି କି ନାହିଁ ତାର ତନାଘନା ଆରମ୍ଭ ହୋଇଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ । ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶାର ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ପଞ୍ଚମରେ ପହଞ୍ଚିଛି ରୋଗୀଙ୍କ ବୟସ ୬୦ ବର୍ଷ । ସେ ଭୁବନେଶ୍ଵରର ସୂର୍ଯ୍ୟନଗରର ବାସିନ୍ଦା ।
ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି । ରୋଗୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ବୁଧବାର ଦିନ ଦ୍ଵିତୀୟ କରୋନା ସଂକ୍ରମିତ ସୁସ୍ଥ ହୋଇ ଏମ୍ସରୁ ଡିସଚାର୍ଜ ହୋଇଥିଲେ । ପରୀକ୍ଷଣ ରିପୋର୍ଟରୁ ଜଣା ପଡିଥିଲା । ସମସ୍ତ ପଜିଟିଭ୍ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ପ୍ରଥମ, ତୃତୀୟ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହି ଘାତକ ଭାଇରସ୍ରେ ଦେଶରେ ଅତି କମରେ ୫୫ ଜଣଙ୍କ ମୃତ୍ୟୁ ଘଟି ସରିଲାଣି ।