• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏକକାଳୀନ ୧୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀଙ୍କୁ ବିଦା କରିବା ଓ ୪୩ ଜଣ ନୂଆ ମନ୍ତ୍ରୀ ନିଆଯିବା ଏକ ବଡ଼ ପଦକ୍ଷେପ

Proprietor Abhimanyu Maharana by Proprietor Abhimanyu Maharana
July 7, 2021
in ଓଡ଼ିଶା, ଦେଶ, ହୋମ୍
0
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏକକାଳୀନ ୧୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀଙ୍କୁ ବିଦା କରିବା ଓ ୪୩ ଜଣ ନୂଆ ମନ୍ତ୍ରୀ ନିଆଯିବା ଏକ ବଡ଼ ପଦକ୍ଷେପ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୭ ଜୁଲାଇ ବୁଧବାର)ଭୁବନେଶ୍ୱର :-  ୨୦୧୯ରେ ନରେନ୍ଦ୍ର ମୋଦି ବିପୁଳ ସଂଖ୍ୟାଗରିଷ୍ଠତା ସହିତ ପ୍ରଧାନମନ୍ତ୍ରୀ ପଦକୁ ପୁଣି ଫେରିବା ପରେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ସେଥିରେ ଅଦଳବଦଳ ଓ ସମ୍ପ୍ରସାରଣର ଏକ ଆବଶ୍ୟକତା ଥିବା ନେଇ ଚାଲିଥିବା ଆଲୋଚନାର ଆଜି ଅନ୍ତ ଘଟିଛି। କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ବହୁ କ୍ଷେତ୍ରରେ ଦୁର୍ବଳ ହୋଇଯାଇଥିବା ସମୟରେ କରୋନା ଦ୍ୱିତୀୟ ଲହର ପରିଚାଳନାରେ ଗୁରୁତର ଅବ୍ୟବସ୍ଥାକୁ ନେଇ ଆନ୍ତର୍ଜାତିକ ଓ ଜାତୀୟ ଗଣମାଧ୍ୟମରେ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଡ. ହର୍ଷବର୍ଦ୍ଧନ ଜଣେ ଡାକ୍ତର ହେବା ସହିତ ଅଭିଜ୍ଞତା ସଂପନ୍ନ ନେତା ବୋଲି ବିଚାର କରାଯାଉଥିଲା । ସେ ୨୦୧୪ ମସିହାରୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭିନ୍ନ ବିଭାଗର ଦାୟିତ୍ୱ ନେଇ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାମ କରୁଥିଲେ। କିନ୍ତୁ କରୋନା ସମୟରେ ତାଙ୍କର କାର୍ଯ୍ୟକଳାପକୁ ଡାକ୍ତରମାନେ ମଧ୍ୟ ସମାଲୋଚନା କରିବା ଆରମ୍ଭ ହୋଇଥିଲା । ଏପରିକି ରାମଦେବଙ୍କ ସହିତ ସମ୍ପର୍କ ଯୋଗୁ ଏଲୋପାଥି ଓ ଆୟୁର୍ବେଦ ଭିତରେ ଏକ ବଡ଼ ବିବାଦ ମୁଣ୍ଡ ଟେକିବା ଓ ଦେଶର ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ସିଧାସଳଖ ଭାବରେ ରାମଦେବଙ୍କ ସହିତ ହର୍ଷବର୍ଦ୍ଧନଙ୍କୁ ମଧ୍ୟ ସମାଲୋଚନା କରିବା ଆରମ୍ଭ କରିଥିଲେ। ଯଦିଓ ମୋଦି ସରକାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କରୋନା ବିରୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ଭାବରେ ସମ୍ମାନୀତ କରିବା ପାଇଁ ବିଭିନ୍ନ ପ୍ରକାର ବକ୍ତବ୍ୟ ପ୍ରଦାନ କରିଥିଲେ।

ହର୍ଷବର୍ଦ୍ଧନ ଜଣେ ଡାକ୍ତର ହୋଇଥିବାରୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହିତ କରୋନା କାଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଓ ବିଶେଷ ଭାବରେ ଡାକ୍ତରମାନଙ୍କୁ ଯେପରି ପ୍ରେରଣା ଯୋଗାଇବା କଥା ତାହା କରିପାରି ନଥିଲେ। ରାଜ୍ୟ ସରକାରମାନଙ୍କର ତ୍ରୁଟି ଅପେକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଅପାରଗତା ନେଇ ଆଲୋଚନା ଚାଲିଥିଲା। ବ୍ୟକ୍ତିଗତ ଭାବରେ ହର୍ଷବର୍ଦ୍ଧନଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତି ଅଭିଯୋଗ ନଥିଲେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ କରୋନା କାଳରେ ତାଙ୍କର କାର୍ଯ୍ୟ ଆଦୌ ସନ୍ତୋଷଜନକ ନଥିଲା। ଦିଲ୍ଲୀ ସହର ଯେଉଁଠାରେ ବିଧାନସଭା ନିର୍ବାଚନରେ ‘ଆମ୍ ଆଦମୀ ପାର୍ଟି’ ନିର୍ବାଚିତ ହୋଇଥିଲେ ମଧ୍ୟ ଲୋକସଭାରେ ବିଜେପି ସମସ୍ତ ୭ଟି ଯାକ ଲୋକସଭା ଆସନ ହାସଲ କରିବାରେ ହର୍ଷବର୍ଦ୍ଧନଙ୍କର ଏକ ଭୂମିକା ଥିଲା। ବାସ୍ତବରେ କେନ୍ଦ୍ରରେ ମୋଦି ସରକାର ପ୍ରତିଷ୍ଠା ପୂର୍ବରୁ ଦିଲ୍ଲୀ ସହର ପାଇଁ ହର୍ଷବର୍ଦ୍ଧନ ବିଜେପିର ସବୁଠୁ ଆକର୍ଷଣୀୟ ଚେହେରା ଭାବରେ ରହିଥିଲେ। କିନ୍ତୁ ଏଥର ସମ୍ପ୍ରସାରଣରେ ପ୍ରଧାନମନ୍ତ୍ରୀ ମୋଦି ସାହସ ପ୍ରଦର୍ଶନ କରି ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ବିଦା କରିଦେଇଛନ୍ତି।

କେବଳ ସେତିକି ନୁହେଁ ବିଜେପିରେ ଜଣେ ଆଗୁଆ କଥା କୁହା ନେତା ଭାବରେ ପରିଚିତ ବିହାରର ଅଶ୍ୱିନୀ ଚୌବେଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବିଦା କରିଦେଇଛନ୍ତି। କରୋନା କାଳରେ ଯେଉଁ ବିଭାଗକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି ଶିକ୍ଷା ବିଭାଗ। କାରଣ ଏହି ସମୟରେ ସ୍କୁଲ୍ କଲେଜ୍‌ଗୁଡ଼ିକ ପ୍ରାୟ ବନ୍ଦ ହୋଇଯାଇଛି ଓ ଛାତ୍ରଛାତ୍ରୀମାନେ ପ୍ରକୃତ ପାଠ ନପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଚାପ ପଡ଼ିଛି। ସେଇଥି ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନହୋଇଥିଲେ ମଧ୍ୟ ପିଲାମାନଙ୍କୁ କିପରି ଉତ୍ତୀର୍ଣ୍ଣ କରାଯିବ ତାହାର ଦାୟିତ୍ୱ ଶିକ୍ଷା ବିଭାଗକୁ ବିଶେଷଜ୍ଞମାନଙ୍କ ସହାୟତାରେ ନେବାକୁ ପଡ଼ିଛି। କରୋନା ପୂର୍ବରୁ ଭାରତରେ ଏକ ନୂଆ ଜାତୀୟ ଶିକ୍ଷାନୀତି ଘୋଷଣା କରାଗଲା।

ଯାହାକୁ ନେଇ ଏବେବି ବିବାଦର ଅବସାନ ହୋଇନାହିଁ। କିନ୍ତୁ ୨୦୧୯ରେ ଦେଶର ନୂଆ ଶିକ୍ଷାମନ୍ତ୍ରୀ ହୋଇଥିବା ରମେଶ ପୋଖରିୟାଲ୍ ଯେଉଁପରି ଭାବରେ ଏହି ବିଭାଗକୁ ପରିଚାଳନା କରୁଥିଲେ ସେଥିରୁ ଶିକ୍ଷାକ୍ଷେତ୍ରରେ ଓ ବିଶେଷ ଭାବରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। ଶିକ୍ଷାମନ୍ତ୍ରୀଙ୍କ ପ୍ରତି ଶିକ୍ଷା ଜଗତରେ ପ୍ରତିଷ୍ଠିତ ଓ ବିଭିନ୍ନ ସ୍ତରରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖ୍ୟାତି ସମ୍ପନ୍ନ କରିଥିବା ଅଧ୍ୟାପକ ଓ ଶିକ୍ଷାବିତ୍ମାନଙ୍କର ସମ୍ମାନ ପରିଦୃଷ୍ଟ ହେଉନାହିଁ। ଆଧୁନିକ ବିଶ୍ୱରେ ଶିକ୍ଷା ଯେକୌଣସି ଦେଶର ପ୍ରଗତିରେ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଚୀନ୍ ଆଜି ବିଭିନ୍ନ କ୍ଷେତ୍ରରେ ଆମେରିକା ସହିତ ତାଳ ଦେଇ ଚାଲିବାରେ ସକ୍ଷମ ହେବା ପଛରେ ଏହାର ଶିକ୍ଷା, ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ହିଁ ଦାୟୀ। ବିଶ୍ୱର ୧୦୦ଟି ଆଗୁଆ ବିଶ୍ୱବିଦ୍ୟାଳୟ ଭିତରେ ଭାରତରେ କୌଣସି ବିଶ୍ୱବିଦ୍ୟାଳୟ ନାହିଁ। ନୂଆ ଶିକ୍ଷାମନ୍ତ୍ରୀ ଭାବରେ ରମେଶ ପୋଖରୀୟାଲ ଛାତ୍ର ଓ ଶିକ୍ଷକ ବା ସାଧାରଣରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି। ଏପରି କି ବିଜେପି ଓ ମୋଦିଙ୍କୁ ସମର୍ଥନ କରୁଥିବା ଅନେକ ଶିକ୍ଷାବିତ୍ ଓ ଅଧ୍ୟାପକମାନେ ଶିକ୍ଷାମନ୍ତ୍ରୀଙ୍କର ପ୍ରକୃତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠଉଛନ୍ତି।

ଏକ ଆଧୁନିକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଶିକ୍ଷାକ୍ଷେତ୍ରରେ ଆଣିବା ପାଇଁ ଯେଉଁ ନିତି ଓ ପ୍ରେରଣାର ଆବଶ୍ୟକତା ରହିଛି ତାହା ଶିକ୍ଷାମନ୍ତ୍ରୀଙ୍କଠାରେ ଦୃଷ୍ଟି ଗୋଚର ହୋଇନାହିଁ। ଭାରତର ପ୍ରାଚୀନ ଶିକ୍ଷାବ୍ୟବସ୍ଥାକୁ ପ୍ରଶଂସା କରିବା ଓ ତାହାର ଅଧୟନ କରିବା ଯେତିକି ଜରୁରୀ ତାହାଠାରୁ ଅଧିକ ଜରୁରୀ ହେଉଛି ବର୍ତ୍ତମାନ ବିଶ୍ୱକୁ ସାମ୍ନା କରିବା ପାଇଁ ଯେଉଁ ଧରଣର ଶିକ୍ଷା ବ୍ୟବସ୍ଥା ହେବା ଆବଶ୍ୟକ ତାହା ଉପରେ ଗୁରୁତ୍ୱ ଦେବା। ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ଯଦି ଶିକ୍ଷା ଓ ମତ ପ୍ରକାଶ କରିବାର ସ୍ୱାଧୀନତାକୁ ବିପନ୍ନ କରାଯାଏ ତେବେ ଅନେକ ଶିକ୍ଷାବିତ୍ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକରେ କାମ କରିବାକୁ ପସନ୍ଦ କରିବେ ନାହିଁ। ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଆନ୍ତର୍ଜାତିକ ସ୍ତରକୁ ଆଣିବାକୁ ହେଲେ ସାରା ବିଶ୍ୱରେ ଶିକ୍ଷା କ୍ଷେତ୍ରରେ ଦକ୍ଷ ଲୋକମାନଙ୍କୁ ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କୁ ଆଣିବାକୁ ପଡ଼ିବ। ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ଏ ଦିଗରେ ସେପରି କିଛି ପଦକ୍ଷେପ ନେଇନଥିବାରୁ ଓ ଦେଶରେ ସ୍କୁଲ କଲେଜ୍ ବନ୍ଦ ଯୋଗୁ ଯେଉଁ ଅବସ୍ଥା ସୃଷ୍ଟି ହେଇଛି ସେଥିରୁ ଉଦ୍ଧାର ପାଇବା ପାଇଁ ଜଣେ ନୂଆ ଶିକ୍ଷାମନ୍ତ୍ରୀଙ୍କର ଆବଶ୍ୟକତା ରହିଛି। ସେହି ଦୃଷ୍ଟିରୁ ବର୍ତ୍ତମାନ ଶିକ୍ଷାମନ୍ତ୍ରୀଙ୍କୁ ବିଦା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଏକ ସାହସିକ ପଦକ୍ଷେପ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏକକାଳୀନ ୧୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀଙ୍କୁ ବିଦା କରିବା ଓ ୪୩ ଜଣ ନୂଆ ମନ୍ତ୍ରୀ ନିଆଯିବା ଏକ ବଡ଼ ପଦକ୍ଷେପ । ଏହି ସମ୍ପ୍ରସାରଣରେ ଦେଶର ସବୁ ରାଜ୍ୟ ଓ ବିଶେଷ ଭାବରେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟଗୁଡ଼ିକ ସହିତ କେନ୍ଦ୍ର ଶାସିତ ଅଞ୍ଚଳକୁ ଯେପରି ଦୃଷ୍ଟି ନିଆଯାଇଛି ତା’ପଛରେ ଏକ ନିର୍ଦ୍ଦିଷ୍ଟ ବିଚାରଧାରା ଥିବା ବୁଝାପଡ଼ୁଛି। ଯେହେତୁ ଭାରତୀୟ ରାଜନୀତିରେ ସାମାଜିକ ସମୀକରଣ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ସେଥିପ୍ରତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଦୃଷ୍ଟି ଦିଆଯାଇଥିଲେ ମଧ୍ୟ ପ୍ରଥମଥର ପାଇଁ ଦକ୍ଷତା ପ୍ରତି ପ୍ରାଥମିକତା ଦିଆଯାଇଛି। ଯେଉଁମାନଙ୍କ ଦକ୍ଷତା ନାହିଁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଛି ଓ ମନ୍ତ୍ରିମଣ୍ଡଳ ଭିତରକୁ ବୃତ୍ତିଗତ ଦକ୍ଷତାଥିବା ପ୍ରଶାସକ, ଟେକ୍ନୋକ୍ରାଟ୍‌ ଓ ଓକିଲମାନଙ୍କୁ ଅଣାଯିବା ସହିତ ମହିଳା ଓ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯାହାଫଳରେ ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କୁ ଅଂଶଗ୍ରହଣ ସହିତ ଦଳିତ ଓ ଆଦିବାସୀମାନଙ୍କ ପ୍ରତିନିଧିତ୍ୱ ବଢ଼ିବା ପାଇଁ ସୁଯୋଗ ଦିଆଯାଇଛି ।

କେବଳ ସେତିକି ନୁହେଁ ମୋଦି ସରକାର କେବଳ ହିନ୍ଦୁତ୍ୱ ସମର୍ଥକମାନଙ୍କ ସରକାର ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ତାକୁ ବଦଳାଇବା ପାଇଁ ମନ୍ତ୍ରିମଣ୍ଡଳରେ ସଂଖ୍ୟାଲଘୁ ପ୍ରତିନିଧିତ୍ୱ ପାଇଁ ବ୍ୟବସ୍ଥା ହୋଇଛି। କେନ୍ଦ୍ରରେ କେବଳ ବିଜେପି ସରକାର ନାହିଁ ଓ ସେଥିରେ ଏନ୍‌ଡିଏର ଅନ୍ୟ ଅଂଶୀଦାର ଦଳମାନେ ଅଛନ୍ତି ବୋଲି ଧାରଣା ଦେବା ପାଇଁ ମନ୍ତ୍ରିମଣ୍ଡଳରେ ଜେଡିୟୁ ଓ ଛୋଟଛୋଟ ଦଳମାନଙ୍କୁ ଏଥର ପ୍ରତିନିଧିତ୍ୱ ଦିଆଯାଇଛି। ଅବଶ୍ୟ ଏହି ସମ୍ପ୍ରସାରଣର ଫଳାଫଳ କଣ ହେବ ତାହା ଗୋଟିଏ ବର୍ଷ ପରେ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ପାଇଁ ଏହି ସମ୍ପ୍ରସାରଣ ଏକ ସାହସିକ ପଦକ୍ଷେପ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

June 25, 2026
ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

June 25, 2026

Recent News

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

June 25, 2026
ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧଦିବସ-୨୦୨୬ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

June 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version