No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ହିଞ୍ଜିଳିକାଟୁ :-କରୋନା ମହାମାରୀ ସଂକ୍ରମଣର ମୁକାବିଲା ସକାଶେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରି ପ୍ରତ୍ୟେକଙ୍କ ଅମୂଲ୍ୟ ଜୀବନ ସୁରକ୍ଷା ଦିଗରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି।ସହର ଠାରୁ ପଞ୍ଚାୟତ ଯାଏଁ ସବୁଠାରେ ଆରମ୍ଭ ହୋଇଛି ଟୀକାକରଣ ପାଇଁ ସଚେତନତା ଓ ବ୍ୟାପକ ବ୍ୟବସ୍ଥା।ଦ୍ଵିତୀୟ ଲହରର ସଂକ୍ରମଣ ଦାଉରୁ ଗ୍ରାମବାସୀ ଯେଭଳି ସୁରକ୍ଷିତ ରହିବେ ସେଥିପ୍ରତି ହିଞ୍ଜିଳିବ୍ଳକ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।ହିଞ୍ଜିଳି ବ୍ଳକ ବିଡିଓ ସୁବ୍ରତ କୁମାର ଜେନା ପ୍ରଶାସନର ନିର୍ଦ୍ଦେଶକୁ ଗୁରୁତ୍ୱ ପ୍ରଦାନ କରି ପ୍ରତି ପଞ୍ଚାୟତରେ ଟୀକାକରଣ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇଛନ୍ତି । ସମ୍ପ୍ରତି ସ୍ଥାନୀୟ ବ୍ଳକର ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ହେଉଛି ଟୀକାକରଣ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ବ୍ଳକର ଖରିଡା,କଞ୍ଚୁରୁ ଓ ବୁରୁପଡା ଆଦି
୩ ପଞ୍ଚାୟତରେ ୧୮ରୁ ୪୪ ବର୍ଷ ବୟସ୍କ ୧୦୦୪ ଜଣଙ୍କୁ କୋଭାକ୍ସସିନ ଟୀକାଦାନ କରାଯାଇଛି।ଖରିଡାରେ ୩୦୮,କଞ୍ଚୁରୁରେ ୩୦୭ଓ ପୋଡିଙ୍ଗିରେ ୩୮୯ଜଣଙ୍କୁ ଟିକାଦାନ କରାଯାଇଛି। କରୋନା ଟୀକା ନେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି।ପିଇଓ ସୁଶାନ୍ତ କୁମାର ପାତ୍ର, ପ୍ରତାପ କୁମାର ସାହୁ ଓ ଲୋକନାଥ ପାଢ଼ୀ ପ୍ରମୁଖ ନିଜ ନିଜ ଟୀକାକରଣ କେନ୍ଦ୍ର ପରିଚାଳନା କରିଥିଲେ।ସରପଞ୍ଚ ରଘୁନାଥ ବେହେରା, ସଭ୍ୟା ରାଣୀ ପ୍ରଧାନ,ସ୍ୱାସ୍ଥ୍ୟକର୍ମଚାରୀ ସନ୍ତୋଷ କୁମାର ବେହେରା,ଏଏନଏମ ଦେବକୀ ସାନବାଇ,ଜିଆରଏସ ଶ୍ରୀକାନ୍ତ ପଣ୍ଡା,ପ୍ରଶାନ୍ତ କୁମାର ଦାସ,ବିଏଫଟି ବୃନ୍ଦାବନ ଗୌଡ଼,ମନୋଜ କୁମାର ପ୍ରଧାନ, କୋଭିଡ ମନିଟର, ଆଶା କର୍ମୀ ଓ ଅଙ୍ଗନବାଡି ଦିଦି ପ୍ରମୁଖ ସହଯୋଗ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result